ଦକ୍ଷିଣ ଆଫ୍ରିକାରୁ ବାଘଙ୍କୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଲା ବିମାନ ଗ୍ଲୋବମାଷ୍ଟର, ୧୮ ତାରିଖରେ ମଧ୍ୟପ୍ରଦେଶ କୁନୋ ପାର୍କରେ ପହଁଚିବେ ୧୨ ବାଘ

159

କନକ ବ୍ୟୁରୋ : ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ଖୁବ ଶୀଘ୍ର ବଢ଼ିବ ଚିତା ସଂଖ୍ୟା । ଆଉ ୧୨ଟି ଚିତାକୁ ସାଉଥ ଆଫ୍ରିକାରୁ ଭାରତକୁ ଅଣାଯାଉଛି । ତେବେ ସାଉଥ ଆଫ୍ରିକାରୁ ଏହି ଚିତାଙ୍କୁ ଅଣାଯିବା ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଗ୍ଲୋବମାଷ୍ଟର ଉଡାଣ ଭରିଛି । ଆସନ୍ତା ୧୮ ଫେବୃୟାରୀ ସକାଳ ୧୦ ଟା ସମୟରେ ଚିତାକୁ ଆଣି ବିମାନ ଗ୍ୱାଲିୟର ଏୟାରପୋର୍ଟରେ ଲ୍ୟାଣ୍ଡ କରିବ । ତେବେ ଚିତାଙ୍କ ସହ ଡକ୍ଟର ଏବଂ ଚିତା ଏକ୍ସପର୍ଟ ଡ଼କ୍ଟର ସେହି ବିଶେଷ ବିମାନରେ ଆସିବାର ବ୍ୟବସ୍ଥା ରହିଛି । ତେବେ ଚିତାକୁ ଆଣୁଥିବା ବିମାନ ଗ୍ୱାଲିୟର ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ପରେ ଏମଆଇ-୧୭ ହେଲିକପ୍ଟର ଜରିଆରେ ଚିତାଙ୍କୁ କୁନୋ ନ୍ୟାସନାଲ ପାର୍କ ନିଆଯିବ । ରକ୍ଷାମନ୍ତ୍ରାଳୟ ଏବଂ ଏୟାରଫୋର୍ସ ଏହି ସେବା ପ୍ରଦାନ କରିବା ପାଇଁ ପରିବେଶ ମନ୍ତ୍ରାଳୟ ଠାରୁ କୈାଣସି ଶୁଳ୍ମ ନେଇନାହାନ୍ତି ।