ଲେଡି ବ୍ଲାକମେଲରଙ୍କ ବିସ୍ଫୋରକ ବୟାନ: ‘ମୋ ପାଖରେ ଏକ୍ସକ୍ଲୁସିଭ ତଥ୍ୟ ଅଛି, ମୁହଁ ଖୋଲିଲେ ଓଡିଶା ବଦଳିଯିବ’

233

କନକ ବ୍ୟୁରୋ: ଅର୍ଚ୍ଚନାଙ୍କ ବିସ୍ଫୋରକ ବୟାନ । କହିଲେ, ତାଙ୍କୁ ଫସାଇଦିଆଯାଇଛି, ମୁହଁ ଖୋଲିଲେ ସାରା ରାଜ୍ୟ ପରିବର୍ତନ ହୋଇଯିବ । ସମସ୍ତ କଥା କହିବା ପାଇଁ ୩୦ ମିନିଟ୍ ସମୟ ଦରକାର, ସମୟ ଆସିଲେ ଗଣମାଧ୍ୟମକୁ ଏକ୍ସକ୍ଲୁସିଭ ପ୍ରମାଣ ଦେବି । ଏହି ଘଟଣାରେ ଅନେକ ବଡ଼ ବଡ଼ିଆ ସାମିଲ ଅଛନ୍ତି ବୋଲି ସେ କହିଛନ୍ତି । କ’ଣ ପାଇଁ ପ୍ରେସମିଟ୍ ନକରି ବେଳେ ତାଙ୍କ ମୁହଁ ବନ୍ଦ କରି ତାଙ୍କୁ ଗିରଫ କରାଯାଇଥିଲା ।

ଏପରିକି ଶ୍ରଦ୍ଧାଞ୍ଜଳିଙ୍କ କଲ ଡିଟେଲସ ଯାଂଚ କରାଯାଉ ବୋଲି କହିଛନ୍ତି ଅର୍ଚ୍ଚନା । ଇଡି ଉପରେ ଭରସା ଅଛି, ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି । ତଥ୍ୟ ପ୍ରମାଣ ନଆସିବା ଯାଏଁ ତାଙ୍କୁ କଳଙ୍କିତ କରନ୍ତୁ ନାହିଁ ବୋଲି କହିଛନ୍ତି ।

ରିମାଣ୍ଡରେ ଗଲେ ବ୍ଲାକ୍ମେଲ କୁଇନ୍ ଅର୍ଚ୍ଚନା ନାଗ । ଝାରପଡ଼ା ଜେଲରୁ କଡ଼ା ସୁରକ୍ଷାବଳୟରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ପରେ ସେଠାରୁ ଇଡି କାର୍ଯ୍ୟାଳୟକୁ ନିଆଯାଇଛି । ହନିଟ୍ରାପ, ବ୍ଲାକମେଲିଂ, ଅନୈତିକ ଆର୍ଥିକ କାରବାରର ଉତ୍ସ ଖୋଜୁଛି ଇଡି । ଗତକାଲି କୋର୍ଟ ୭ ଦିନିଆ ରିମାଣ୍ଡ ପାଇଁ ଇଡିକୁ ଦେଇଛନ୍ତି ଅନୁମତି । ପୂର୍ବରୁ ଅନେକ ବ୍ୟକ୍ତି ଏହି ମାମଲାରେ ଇଡି ଅଧିକାରୀଙ୍କ ଜେରାକୁ ସାମ୍ନା କରିଛନ୍ତି । ହେଲେ ଅର୍ଚ୍ଚନାଙ୍କ ମାମଲା ସାମ୍ନାକୁ ଆସିବା ପରେ ଯେଉଁ ଚର୍ଚ୍ଚା ହେଉଥିଲା ଯେ ଏଥିରେ ଅନେକ ବଡ ବଡିଆ ସାମିଲ ଅଛନ୍ତି । କିନ୍ତୁ ଏଯାଏ ସେଭଳି କୌଣସି ବଡ ଚେହେରା ଇଡିରେ ହାଜର ହୋଇ ନାହାନ୍ତି ।