ହାଇଦ୍ରାବାଦରେ ୨୪ ଲକ୍ଷ ଟଙ୍କାରେ ବିକ୍ରି ହେଲା ଗଣେଶଙ୍କ ଲଡୁ । ଜାଣନ୍ତୁ କେତେ ଥିଲା ଓଜନ

263

କନକ ବ୍ୟୁରୋ : ସାରା ଦେଶରେ ଏବେ ଗଜାନନ ଗଣେଶଙ୍କ ଉତ୍ସବ ଧୁମଧାମରେ ପାଳନ କରାଯାଉଛି । ଏହି କ୍ରମରେ ଅନେକ ସ୍ଥାନରେ ଗଣେଶଙ୍କୁ ସୁସଜ୍ଜିତ ପ୍ୟାଣ୍ଡେଲ ମଧ୍ୟ ଦେଖିବାକୁ ମିଳିଛି    । ଆଜି ଗଣେଶଙ୍କ ବସର୍ଜନ ଉତ୍ସବ ମଧ୍ୟ ପାଳନ କରାଯାଉଛି । ଏହି କ୍ରମରେ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ଭଗବାନ ଗଣେଶଙ୍କର ଏକ ଲଡୁ ନିଲାମ ହୋଇଛି । ବାଲାପୁର ଗଣେଷଙ୍କର ଏହି ଲଡୁ ୨୪.୬୦ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଏହି ଲଡୁର ଓଜନ ୨୨ କେଜି ଥିବା କଥା କୁହାଯାଇଛି । ଏହି ଲଡୁ କିଣିଥିବା ବ୍ୟକ୍ତିଙ୍କ ନାମ ହେଉଛି ଲକ୍ଷ୍ମଣ ରେଡ୍ଡୀ ଓ ସେ ବାଲାପୁର ଗଣେଶ ଉତ୍ସବ କମିଟିର ସଦସ୍ୟ ଅଛନ୍ତି ।

ସେପଟେ ଲକ୍ଷଣ ରେଡ୍ଡୀ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ଜଣେ ଆଗଧାଡିର ନେତା ବୋଲି ଜଣାପଡିଛି । ଏହି ଲଡୁ ୨୦୨୧ ରେ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ବେଳେ ୨୦୧୯ ରେ ୧୭.୬୦ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା । ତେଲେଙ୍ଗାନାରେ ଗଣେଷଙ୍କ ଲଡୁ ନିଲାମ ୧୯୯୪ ମସିହାରୁ ଆରମ୍ଭ ହୋଇଛି । ୧୯୯୪ ମସିହାରେ ଏହି ଗଣେଶଙ୍କ ଲଡୁ ୪୫୦ ଟଙ୍କାରେ ନିଲାମ ହୋଇଥିଲା ।

ସେପଟେ ଆଜି ଭଗବାନ ଗଣେଶଙ୍କ ପ୍ରତିମୂର୍ତ୍ତୀ ବିସର୍ଜନ ପାଇଁ ପ୍ରଶାସନ ତରଫରୁ କଡା କଡି ବ୍ୟବସ୍ଥା କରାଯାଇଛି । ଏହାସହ ତେଲେଙ୍ଗାନା ସରକାର ଆଜି ର୍ୟାରେ ଛୁଟି ଘୋଷଣା କରିଛନ୍ତି ।