‘ଲଭ୍ ଜିହାଦ୍’ ବିରୋଧରେ ବିଶାଳ ରାଲି । ଭାଗନେଲେ ଏକାଧିକ ବିଧାୟକ

271

କନକ ବ୍ୟୁରୋ: ‘ଲଭ୍ ଜିହାଦ୍’ ବିରୋଧରେ ରଣହୁଙ୍କାର ଦେଲେ ହିନ୍ଦୁ ସଙ୍ଗଠନ । ଲଭ୍ ଜିହାଦ୍ ଓ ଧର୍ମାନ୍ତରୀକରଣ ବିରୋଧୀ ଆଇନକୁ ନେଇ  ମୁମ୍ବାଇରେ ଆୟୋଜିତ ହୋଇଛି ବିଶାଳ ରାଲି , ଯେଉଁଥିରେ ଭାଗ ନେଇଛନ୍ତି ଏକାଧିକ ବିଧାୟକ ଓ ମନ୍ତ୍ରୀ ।

ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ହିନ୍ଦୁ ସଙ୍ଗଠନ ମିଶି ଲଭ୍ ଜିହାଦ ବିରୋଧର ରବିବାର ଏକ ବଡ ଧରଣର ରାଲି ଆୟୋଜନ କରିଥିଲେ । ଏହାସହ ଧର୍ମାନ୍ତରଣ ଆଇନ୍ ଓ ଧର୍ମ ନାଁରେ ହେଉଥିବା ଜମି ହଡପ କରୁଥିବା ଅସାଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ହିନ୍ଦୁ ସଙ୍ଗଠନ । ହିନ୍ଦୁ ସଙ୍ଗଠନମାନଙ୍କର ଅଭିଯୋଗ ହେଉଛି ଯେ, ଅନେକ ସମୟରେ ମୁସଲିମ୍ ଯୁବକ ନିଜ ନାଁ ବଦଳାଇ ହିନ୍ଦୁ ଝିଅଙ୍କୁ ପ୍ରେମ ଜାଲରେ ଫଶାଉଛନ୍ତ ଏପରେ ପରେ ସେହି ଝିଅମାନଙ୍କର ଧର୍ମ ପରିବର୍ତ୍ତନ କରାଉଛନ୍ତି । ଏହା ବିରୋଧରେ ସରକାର କଡା ଆଭିମୁଖ୍ୟ ପୋଷଣ କରିବାକୁ ସଙ୍ଗଠନ ଗୁଡିକ ଦାବି କରିଛନ୍ତି ।