ବଲିଉଡ୍ ସିଙ୍ଗର କୈଳାଶ ଖେରଙ୍କ ଉପରେ ଆକ୍ରମଣ । ପୁଲିସ ହେଫାଜତରେ ଅଭିଯୁକ୍ତ

296

କନକ ବ୍ୟୁରୋ: କର୍ଣ୍ଣାଟକରେ ଚାଲିଥିଲା ହମ୍ପି ଉତ୍ସବ । ଷ୍ଟେଜ୍ ଶୋ ଦେଉଥିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ କୈଲାଶ ଖେର୍ । ଏହି ସମୟରେ ତାଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି ।

କର୍ଣ୍ଣାଟକରେ ଏବେ ଚାଲିଛି ହମ୍ପି ଉତ୍ସବ । ୩ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ଶୋ’ କରିଛନ୍ତି ବିଶିଷ୍ଟ କଳାକାର ଓ କଣ୍ଠଶିଳ୍ପୀ । ରବିବାର ଏହି କାର୍ଯ୍ୟକ୍ରମରେ ଗୀତ ପରିବେଷଣ କରୁଥିଲେ ବଲିଉଡ ସିଙ୍ଗର କୈଳାଶ ଖେର୍ । ଏହି ସମୟରେ ଦୁଇ ଯୁବକ ତାଙ୍କ ଉପରକୁ ହଠାତ୍ ପାଣି ବେତଲ ଫିଙ୍ଗିବାକୁ ଲାଗିଲେ । ଏଥିରେ କୈଲାଶ ଖେରଙ୍କ ବିଶେଷ କିଛି ହୋଇନଥିବାବେଳେ ଅଭିଯୁକ୍ତ ଏବେ ପୁଲିସ ହେଫାଜତରେ ଥିବା ଜଣାପଡିଛି ।