ରାଜଧାନୀରେ ଚାଲିଛି ବେଧଡକ ଗଛକଟା । ଟଳିପଡୁଛନ୍ତି ମହାଦ୍ରୁମ, ତାପମାତ୍ରା ବୃଦ୍ଧି ନେଇ ଚିନ୍ତାରେ ଜନସାଧାରଣ

56

କନକ ବ୍ୟୁରୋ: ପୁଣି ଚାଲିଛି ଗଛକଟା । ଟଳିପଡ଼ୁଛି ଆମ୍ବ, ନିମ୍ବ ପରି ବଡ଼ ବଡ଼ ଗଛ । ଭୁବନେଶ୍ୱର ବଡ଼ଗଡ଼ ବ୍ରିଟ କଲୋନୀରେ ରାସ୍ତା କଡ଼ରେ ଥିବା ଏହି ସବୁ ଗଛକୁ କାଟି ଦିଆଯାଉଛି । ଏସବୁ ଗଛ ରାସ୍ତା ସମ୍ପ୍ରସାରଣ ହେବା ପାଇଁ କଟାଯାଉଥିବା କୁହାଯାଉଛି । ଦିନକୁ ଦିନ ରାଜଧାନୀର ତାପମାତ୍ରା ବଢ଼ୁଥିବାବେଳେ ଗଛ କଟା ମଧ୍ୟ ବଢ଼ିବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି ।