ସ୍କୁଲରେ ନାମଲେଖା ପାଇଁ ଅନଲାଇନ୍ ତିଆରି କରିପାରିବେ ଜନ୍ମ ପ୍ରମାଣପତ୍ର ! ଜାଣନ୍ତୁ ପୁରା ପ୍ରକ୍ରିୟା . . . .

163

ଆଜିକା ସମୟରେ ସ୍କୁଲରେ ନାମ ଲେଖା ସମୟରେ ଜନ୍ମ ପ୍ରମାଣ ପତ୍ର ଦାଖଲ କରିବା ଜରୁରୀ ହୋଇଗଲାଣି । ଯଦି ଆପଣ ବି ନିଜ ପିଲା ପାଇଁ ଜନ୍ମ ପ୍ରମାଣପତ୍ର ତିଆରି କରିନାହାନ୍ତି, ତେବେ ଆପଣ ଘରେ ବସି ବସି ସହଜରେ ଅନଲାଇନ୍ ହିଁ ତିଆରି କରିପାରିବେ । ସ୍କୁଲରେ ନାମ ଲେଖା ଠାରୁ ଆରମ୍ଭ କରି ପାସପୋର୍ଟ ତିଆରି କିରବା ପାଇଁ ଜନ୍ମ ପ୍ରମାଣ ପତ୍ର କାମରେ ଆସିଥାଏ । ଯଦି ଆପଣ ଆଜିଯାଏ ନିଜ ପିଲାର ଜନ୍ମ ପ୍ରମାଣପତ୍ର ତିଆରି କିରନାହାନ୍ତି, ତେବେ କିଛି ସହଜ ପ୍ରକିୟାରେ ଆପଣ ତିଆରି କରନ୍ତୁ ।

ଜନ୍ମର ୨୧ ଦିନ ଭିତରେ କରିବା ପାଇଁ ପଡ଼ିବ ପଞ୍ଜିକରଣ –
ଜନ୍ମ ସମୟରେ ପ୍ରାୟତଃ ମେଡ଼ିକାଲ ଗୁଡିକ ନଗର ନିଗମ, ମ୍ୟୁନସିପାଲ କର୍ପୋରେସନ୍ ପାଖରେ ପଞ୍ଜିକୃତ କରାଇ ଦିଅନ୍ତି । ଏପରି ନକଲେ ମେଡ଼ିକାଲ ନିଜେ ଜନ୍ମ ପ୍ରମାଣପତ୍ର ତିଆରି କରି ଦିଅନ୍ତି । ଏପରି ମାମଲାରେ ଆପଣଙ୍କ ଯଦି ମେଡ଼ିକାଲ ଜନ୍ମ ପ୍ରମାଣ ପତ୍ର ଦେଉନାହାନ୍ତି, ତେବେ ଆପଣ ନିଜେ ନଗର ନିଗମର ୱେବସାଇଟ୍ ଯାଇ ଜନ୍ମ ପ୍ରମାଣ ପତ୍ର ପାଇଁ ପଞ୍ଜିକରଣ କରିବା ପାଇଁ ପଡ଼ିବ । ନଗର ନିଗମ ୱେବସାଇଟ୍ ଯାଇ ଜନ୍ମର ୨୧ ଦିନ ମଧ୍ୟରେ ଆପଣଙ୍କୁ ପଞ୍ଜିକରଣ କରିବା ପାଇଁ ପଡ଼ିବ । ପ୍ରାୟ ରାଜ୍ୟରେ ଜନ୍ମ ପ୍ରମାଣପତ୍ର ତିଆରି ପାଇଁ ଜନ୍ମର ୨୧ ଦିନ ମଧ୍ୟରେ ପଞ୍ଜିକରିଣ କରିବା ଜରୁରୀ ଥାଏ । ଜନ୍ମ ପ୍ରମାଣ ପତ୍ର ତିଆରି କରବା ପାଇଁ ଏକ ବର୍ଷ ମଧ୍ୟରେ ପଞ୍ଜିକରଣ ନକରାଇଲେ, ମାଜିଷ୍ଟ୍ରେଟଙ୍କ ଅନୁମତି ପରେ ହିଁ ପଞ୍ଜିକରଣ ହୋଇପାରିବ । ଯଦି ଏସଡ଼ିଏମ ପ୍ରମାଣପତ୍ର ଦେଉଛନ୍ତି, ତେବେଯାଇ ଆପଣ ଜନ୍ମ ପ୍ରମାଣ ପତ୍ର ପାଇଁ ପଞ୍ଜିକରଣ କରିପାରିବେ ।

ଏଥିପାଇଁ କ’ଣ କରିବା ପାଇଁ ପଡ଼ିବ ?
ଜନ୍ମ ପ୍ରମାଣ ପତ୍ର ତିଆରି କରିବା ପାଇଁ ପଞ୍ଜିକରଣ ଫର୍ମରେ ନିଜର ଓ ବାପାଙ୍କ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେବା ପାଇଁ ପଡ଼ିବ । ଏକ ବର୍ଷ ପୁରୁଣା ମାମଲା ପାଇଁ ଆପଣଙ୍କୁ ନିଜ ଅଂଚଳର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ପାଖକୁ ଯିବାପାଇଁ ପଡ଼ିବ । ଏହା ବ୍ୟତୀତ ନିଜ ଅଂଚଳର ନଗର ନିଗମ ୱେବସାଇଟ ଯାଇ ମଧ୍ୟ ନେଇପାରିବେ । ଜନ୍ମ ପ୍ରମାଣପତ୍ର ପାଇଁ ଆଂଚଳିକ ନଗର ନିଗମ ଓ ରାଜ୍ୟ ସରକାରଙ୍କ ୱେବସାଇଟ ଯାଇ ଅନଲାଇନ୍ ଫର୍ମ ଭରି ଜମା କରିପାରିବେ । ଏହି ଫର୍ମ ଆପଣ ଡାଉନଲୋଡ଼୍ କରି ଡକ୍ୟୁମେଂଟ ସହ କମା କରପାରିବେ ।

ଅନଲାଇନ୍ ଭରନ୍ତୁ ବିବରଣୀ –
ନଗର ନିଗମ କିମ୍ବା ରାଜ୍ୟ ସରକାରଙ୍କ ୱେବସାଇଟ୍ ଯାଇ ଜନ୍ମ ପ୍ରମାଣ ପତ୍ର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ । ସେଠାରେ ନିଜର ଓ ପିଲାଙ୍କ ବିବରଣୀ ଭରନ୍ତୁ । ଏହି ଫର୍ମରେ ପ୍ରିଂଟ ବାହାର କରିନିଅନ୍ତୁ । ଆପଣଙ୍କୁ ଏହି କପି ସହ ଡକ୍ୟୁମେଂଟ ସହ ନିଗମ ଅଫିସ ଯିବା ପାଇଁ ପଡ଼ିବ । ଜନ୍ମ ପ୍ରମାଣ ପତ୍ର ପାଇଁ ନଗର ନିଗମ କିମ୍ବା ରାଜ୍ୟର ୱେବସାଇଟ୍ ଯାଇ ଲିଙ୍କରେ କ୍ଲିକ୍ କରନ୍ତୁ ।

ଜନ୍ମ ପ୍ରମାଣପତ୍ର ପାଇଁ ଆପଣଙ୍କୁ ଏହି ଡକ୍ୟୁମେଂଟ ଦରକାର ପଡ଼ିବ ।
– ମେଡ଼ିକାଲରୁ ଡିସଚାର୍ଜ ସ୍ଲିପ୍
– ମେଡ଼ିକାଲରେ ତିଆରି ହୋଇଥିବା ଜନ୍ମ ପ୍ରମାଣପ୍ରତ୍ର
– ରାସର୍ନ କାର୍ଡ଼ କପି

କେଉଁ ରାଜ୍ୟରେ ଅନଲାଇନ୍ ତିଆରି କରିପାରିବେ ଜନ୍ମ ପ୍ରମାଣପତ୍ର –
ଦିଲ୍ଲୀ, ୟୁପି, ରାଜସ୍ଥାନ, ପଞ୍ଜାବ, ହରିୟାଣା ଓ ମଧ୍ୟପ୍ରଦେଶ ପରି ରାଜ୍ୟରେ ଅନଲାଇନ୍ ଜନ୍ମପ୍ରମାଣପତ୍ର ତିଆରି କରିପାରିବେ ।