ହକ୍ ଦାବିରେ ରାଜରାସ୍ତାକୁ ଓହ୍ଳାଇଲେ ଚାଷୀ । ଆନ୍ଦୋଳନ ପୂର୍ବରୁ ଅଟକ !

72

କନକ ବ୍ୟୁରୋ: ପ୍ରାଇଜ, ପ୍ରେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ । ଶତାଧିକ ଚାଷୀ ଅଟକ । କେନ୍ଦୁଝର ଟାଉନ ପୋଲିସ ଆଜି ଶତାଧିକ ଚାଷୀଙ୍କୁ ଅଟକ ରଖିଛି । ନବନିର୍ମାଣ କୃଷକ ସଂଘର ପଦଯାତ୍ରାରେ ଯୋଗଦେବାକୁ ଟ୍ରେନ ଯୋଗେ ଭୁବନେଶ୍ୱର ଯାଉଥିବା ସମୟରେ କେନ୍ଦୁଝରଗଡ ରେଳଷ୍ଟେସନରେ ଏହି ଚାଷୀଙ୍କୁ ଅଟକ ରଖାଯାଇଥିଲା ।

nabanirman sanghaତେବେ ଅଟକ ଥିବା ଚାଷୀଙ୍କ ମଧ୍ୟରେ ଅନେକ ମହିଳା ଥିବା ଅଭିଯୋଗ କରିଛି ସଂଗଠନ । ସକାଳ ୬ଟାରେ ଚାଷୀମାନେ କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜର ଟ୍ରେନରେ ଯାଉଥିବାବେଳେ ପୋଲିସ ଅଟକାଇଥିଲା । କେବଳ ଅନ୍ୟପଟେ ଯାଜପୁରରେ ମଧ୍ୟ ଚାଷୀଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ ହୋଇଛି ।

Nabanirmana krushak sangathanପୂର୍ବରୁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ମାସ ୫ତାରିଖରେ ରାଜଧାନୀରେ ୩ଲକ୍ଷ ଚାଷୀ ଏକାଠି ହୋଇ ପେନସନ୍ ଦାବି ଉପସ୍ଥାପନ କରିବେ ବୋଲି କୁହାଯାଇଥିଲା । ତେବେ କୃଷକ ସଂଗଠନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବା ସପ୍ତାହବ୍ୟାପୀ ଚାଷୀ ପଦଯାତ୍ରାର ଆହ୍ୱାନରେ ଲକ୍ଷାଧିକ ଚାଷୀ ରାଜଧାନୀରେ ଏକାଠି ହେବେ ବୋଲି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଆହ୍ୱାନ ଦେଇଥିଲେ । ଯାହା ଫଳରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରିଛି ସଂଗଠନ ।