ରଙ୍ଗ ଖେଳ : କ’ଣ କରିବେ ଓ କ’ଣ କରିବେ ନାହିଁ ?

93

କନକ ବ୍ୟୁରୋ : ଆଜି ରଙ୍ଗର ପର୍ବ ହୋଲି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସନ୍ତି । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଭରିଯାଏ ଉତ୍ସାହ । ଗାଁଠୁ ସହର ସବୁଠି ଚାଲେ ରଙ୍ଗର ଖେଳ । ପରସ୍ପର ମଧ୍ୟରେ ସ୍ନେହ ଓ ଆଦର ଦର୍ଶାଇବାର ଏହି ରଙ୍ଗ ଖେଳ ଏକ ମାଧ୍ୟମ । ଗୀତ ନାଚର ଆସର ବି ଜମେ । ଗାଁକୁ ଗାଁ ବୁଲି ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୁଅନ୍ତି । ରଙ୍ଗ ଓ ରଙ୍ଗ ପିଚକାରୀର ଆଜି ଦିନରେ ଦବଦବା ରହେ ।

ହୋଲି ଖେଳିବା ବେଳେ କେତୋଟି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଦରକାର । ବିଶେଷକରି ହୋଲି ଖେଳିବା ବେଳେ କ’ଣ କରିବା ଦରକାର, କ’ଣ ନକରିବା ଦରକାର, ତାହା ଜାଣି ରଖିବା ଉଚିତ୍ ।

• ହର୍ବାଲ ଓ କେମିକାଲ-ଫ୍ରି ରଙ୍ଗ ବ୍ୟବହାର କରନ୍ତୁ
• ରଙ୍ଗ ଖେଳିବା ପୂର୍ବରୁ ନିଜ ଦେହ ଓ ମୁଣ୍ଡରେ ତୈଳ ଲଗାଇ ନିଅନ୍ତୁ
• ରଙ୍ଗ ଖେଳିବା ପୂର୍ବରୁ ଶରୀରକୁ ପୁରା ଢାଙ୍କୁଥିବା ପୋଷାକ ପିନ୍ଧନ୍ତୁ
• ସନ୍ ଗ୍ଲାସ୍ ଓ ମାସ୍କ ପିନ୍ଧନ୍ତୁ
• ନଖରେ ନେଲ ପେଣ୍ଟ ଓ ଓଠରେ ଲିପ୍ ବାମ୍ ଲଗାନ୍ତୁ
• ଶରୀରର ଜଳୀୟ ଅଂଶ ପ୍ରତି ଧ୍ୟାନ ଦିଅନ୍ତୁ
• ପାଣି କିମ୍ବା ସରବତ ପିଅନ୍ତୁ
• ଅନ୍ୟ ଉପରେ ରଙ୍ଗ ଲଗାଇବା ପୂର୍ବରୁ ଅନୁମତି ନିଅନ୍ତୁ
• ଯଦି ରଙ୍ଗ ଲାଗିବା ପରେ ତ୍ୱଚାରେ ଆଲେର୍ଜି ଦେଖାଦେଉଛି, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ
• ଆସ୍ଥମା ରୋଗୀ ରଙ୍ଗ ଖେଳିବା ବେଳେ ନିଶ୍ଚିତ ଭାବେ ମାସ୍କ ପିନ୍ଧନ୍ତୁ ଓ ଭଲ କରି ମୁହଁକୁ ଢାଙ୍କନ୍ତୁ
• ଏବେ ନଜର ପକାଇବା ରଙ୍ଗ ଖେଳିବା ବେଳେ କ’ଣ କ’ଣ ନକରିବା ଦରକାର
• ବେଶୀ କଡ଼ା ରଙ୍ଗ ବା ସିନ୍ଥେଟିକ୍ ରଙ୍ଗ ବ୍ୟବହାର କରନ୍ତୁ ନାହିଁ
• ପାଣି ବେଲୁନ ଓ ପ୍ଲାଷ୍ଟିକ୍ ବ୍ୟାଗ୍ ଫିଙ୍ଗନ୍ତୁ ନାହିଁ
• ନିଶାଦ୍ରବ୍ୟରୁ ଦୂରେଇ ରୁହନ୍ତୁ
• ମଦ୍ୟପାନ କରି କିମ୍ବା ଭାଙ୍ଗ ଖାଇ ରଙ୍ଗ ଖେଳନ୍ତୁ ନାହିଁ
• ଯେତେ ସମ୍ଭବ ଅଜଣା ଲୋକଙ୍କ ସହ ରଙ୍ଗ ଖେଳିବାକୁ ଦୂରେଇ ରୁହନ୍ତୁ