କେମିତି ଅଛନ୍ତି ଜୀବନ ନାୟକ ? ନବ ଦାସଙ୍କ ସହ ସମର୍ଥକଙ୍କ ବେକରେ ଘଷି ହୋଇଯାଇଥିଲା ଗୁଳି

3,332

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରିବା ବେଳେ ଆହାତ ହୋଇଛନ୍ତି ତାଙ୍କର ଜଣେ ସମର୍ଥକ ଜୀବନ କୁମାର ନାୟକ । କୁହାଯାଉଛି ଏଏସଆଇ ଗୋପାଳ ଦାସ ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଲକ୍ଷ୍ୟ କରି ମାରିଥିଲେ । ଅନ୍ୟଏକ ଗୁଳି ଜୀବନଙ୍କ ବେକରେ ଘଷି ହୋଇ ଚାଲିଯାଇଥିଲା । ଆହାତ ଜୀବନଙ୍କ ଘର ଗଜପତି ଜିଲ୍ଲା କୁରାଣ୍ଡି ଥାନା ଜଙ୍ଗଲପଡାରେ ।

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମର୍ଥକ ହୋଇଥିବାରୁ ଗତକାଲି ମନ୍ତ୍ରୀ ଗାଡିରୁ ବାହାରିବା ବେଳେ ତାଙ୍କ ପାଦ ଛୁଇଁ ନମସ୍କାର କରିବାକୁ ଯାଉଥିଲେ ଜୀବନ । ଏତିକିବେଳେ ଗୁଳିର ଖୋକା ତାଙ୍କ ବେକର ପଛପଟେ ଖସି ହୋଇଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସଗୁଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।