୩୦ ଜିଲ୍ଲାରେ ବିଜୁ ସ୍ମାର୍ଟ କାର୍ଡ ପହଁଚିବା ପରେ ପ୍ରଶ୍ନ: କାର୍ଡଧାରୀଙ୍କୁ କିଭଳି ମିଳୁଛି ଚିକିତ୍ସା?

290
  • ରାଜ୍ୟର ମୋଟ ୯୬ ଲକ୍ଷ ପରିବାର ଏଥିରେ ଉପକୃତ ହେବେ
  • ସ୍ମାର୍ଟ ହେଲ୍ଥ କାର୍ଡ ଥିବା ପ୍ରତିବର୍ଷ ପ୍ରତ୍ୟେକ ପରିବାର ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ପାଇବେ
  • ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ ସ୍ମାର୍ଟ ହେଲ୍ଥ କାର୍ଡ
  • ରାଜ୍ୟ ତଥା ଦେଶର ୨୦୦ରୁ ଅଧିକ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ
  • କ୍ୟାସଲେସ୍ ହେଲ୍ଥ କାର୍ଡ ଭାବେ ବ୍ୟବହାର କରିବେ ହିତାଧିକାରୀ
  • ଅନୁବନ୍ଧିତ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ମିତ୍ର ଚିକିତ୍ସା ଉପଲବ୍ଧ କରାଇବେ
  • ସିଧାସଲଖ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇପାରବେ ହିତାଧିକାରୀ
  • ସରକାରୀ ଡାକ୍ତରଖାନାରେ ସମସ୍ତଙ୍କୁ ମିଳିବ ମାଗଣା ଚିକିତ୍ସା

କନକ ବ୍ୟୁରୋ: ୩୦ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ପ୍ରଚଳନ ହୋଇଛି । ଏଭଳି ସ୍ମାର୍ଟ ହେଲଥ୍ କାର୍ଡ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ତେବେ ଲୋକଙ୍କ ମନରେ ଏହାକୁ ନେଇ ଏବେ ବି ସଂଶୟ ରହିଛି । କେଉଁ ରୋଗ ରେଫରାଲ ପ୍ୟାକେଜ୍ ଅଧୀନରେ ରହିଛି, କେଉଁ ରୋଗ ହେଲେ କେବଳ ସରକାରୀ ଡାକ୍ତରଖାନାରେ ଚିକିତ୍ସା ସେବା ମିଳିବ, ଏହାକୁ ନେଇ ରୋଗୀ ଏ ଡାକ୍ତରଖାନାକୁ ସେ ଡାକ୍ତରଖାନାକୁ ଦୌଡ଼ି ନୟାନ୍ତ ହେଉଛନ୍ତି । ଅନେକ କ୍ଷେତ୍ରରେ ରେଫରାଲ ନଥିବାରୁ ଅନୁବନ୍ଧିତ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଉ ଥିବା ଦେଖିବାକୁ ମିଳୁଛି । କେତେବେଳେ ସରକାରୀ ହସପିଟାଲରୁ ରେଫରାଲ ପାଇବା ପାଇଁ ଅସିବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ । ବିଏସକେୱାଇ ୱେବସାଇଟ୍ରେ ଏ ନେଇ ସ୍ପଷ୍ଟ କରାଯାଇଛି । ଏବେ ନଜର ପକାନ୍ତୁ –
କେଉଁ ରୋଗ ସରକାରୀ ଡାକ୍ତରଖାନାରେ ହେବ ଚିକିତ୍ସା..
ମୋଟ ୧୫୮୯ ଚିକିତ୍ସା ପ୍ୟାକେଜ କରାଯାଇଛି
୪୬ଟି ପ୍ୟାକେଜ୍ କେବଳ ସରକାରୀ ଡାକ୍ତରଖାନାରେ ସଂରକ୍ଷିତ ରହିଛି
ସାମାନ୍ୟ ପୋଡ଼ା, ସାମାନ୍ୟ ଆଘାତ, ମ୍ୟାଲେରିଆ, ଟାଇଫଏଡ୍, ପେଟରୋଗ, ଡାଇରିଆ, ବଥ, ଯକ୍ଷ୍ମା, ମୂତ୍ରନଳୀ ସଂକ୍ରମଣ, ଅଂଶୁଘାତ, ହାଇଡ୍ରୋସିଲ୍, ଲାଇପୋମା, ସିଷ୍ଟ ଅସ୍ତ୍ରୋପଚାର, ଅନୁମୋଦିତ ଉପାୟରେ ଗର୍ଭପାତ ଆଦି ସରକାରୀ ଚିକିତ୍ସାଳୟ ପାଇଁ ସଂରକ୍ଷିତ

ଅର୍ଥାତ୍ ଏହିସବୁ ରୋଗ ପାଇଁ ଆପଣ ପଂଜିକୃତ ଘରୋଇ ହସପିଟାଲକୁ ଯାଇପାରିବେ ନାହିଁ । ସେହିପରି ୧୫୫ଟି ପ୍ୟାକେଜ କେବଳ ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା କିମ୍ବା ସରକାରୀ ମେଡିକାଲ କଲେଜ ହସ୍ପିଟାଲରୁ ରେଫରାଲ ହେଲେ ମିଳିପାରିବ । – ଏଥିରେ ରହିଛି
ରେଫରାଲ୍ ଆବଶ୍ୟକ
ଡେଙ୍ଗୁ, ଭାଇରାଲ ହେପାଟାଇଟିସ୍, ନିମୋନିଆ, ଆର୍ଥର୍୍ରାଇଟିସ୍, ମୋତିଆ ବିନ୍ଦୁ, ଗ୍ଲୁକୋମା, ଅର୍ଶ, ହାର୍ନିଆ, ଗର୍ଭାଶୟର ଅସ୍ତ୍ରୋପଚାର ଆଦି ରୋଗ ।

ତେବେ ଏହାକୁ ନେଇ ସଂଶୟ ବଢୁଛି । ଏହି କାଟାଗୋରୀରେ ଅଧିକ ରୋଗୀ ଥିବାରୁ ରେଫରାଲ ମିଳିବା ନେଇ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ସରକାରୀ ଡାକ୍ତରଖାନାରେ ଏହାର ସୁବିଧା ନଥିଲେ କିମ୍ବା ଜରୁରୀ ଆବଶ୍ୟକତା ହେଲେ ରେଫରାଲ୍ ପାଇଁ ଅନୁମତି ମିଳିବ ଏହାକୁ ଛାଡ଼ି ୧୩୮୮ ପ୍ୟାକେଜ୍ ଅନ୍ତର୍ଗତ ଚିକିତ୍ସା ସେବା ପାଇଁ ରେଫରାଲ ଆବଶ୍ୟକ ନାହିଁ । ସିଧାସଳଖ ରୋଗୀ ପଂଜିକୃତ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରିବେ । ଏଥିରେ ରହିଛି – ରେଫରାଲ୍ ଆବଶ୍ୟକ ନାହିଁ
ସଡ଼କ ଦୁର୍ଘଟଣା, ହୃଦଘାତ, ଡାଏଲିସିସ୍, ହାର୍ଟ ସର୍ଜରୀ, କର୍କଟ ରୋଗ, କିଡନୀ ପ୍ରତିରୋପଣ ଅସ୍ତ୍ରୋପଚାର, ଆପେଣ୍ଡିସେକ୍ଟୋମି, ସିଜରିଆନ୍ ବା ବିପଦସମ୍ପନ୍ନ ପ୍ରସବ ଆଦି ଚିକିତ୍ସା