ବିହାରରେ ପୁଣି ମଦ ମୃତ୍ୟୁ । ସିବାନରେ ୩ ମୃତ, ୭ ଗୁରୁତର

86

କନକ ବ୍ୟୁରୋ: ବିହାରରେ ପୁଣି ମଦ ମୃତ୍ୟୁ । ଘଟଣା ଘଟିଛି ସିବାନ୍ ଜିଲ୍ଲାରେ । ବିଷାକ୍ତ ମଦ ପିଇ ଏଠାରେ ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପରିବାର ଲୋକଙ୍କ କହିବା ଅନସାରେ ମଦ ପିଇବା ପରେ ମୃତକଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା ।

ତେବେ ୩ ଜଣ ମୃତକଙ୍କ ପୋଷ୍ଟମର୍ଟମ କରାଯିବାକୁ ପଠାଯାଇଛି । ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ସିବାନ୍ ଡିଏମ୍ । ଏହାସହ ପ୍ରତି ଗାଁକୁ ଯାଇ ଅସୁସ୍ଥ ଥିବା ଲୋକଙ୍କୁ ହସ୍ପିଟାଲ ନେବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପିଲ କରାଯାଇଛି । ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯାଇଛି ।