ନେତାଜୀଙ୍କ ୧୨୬ ତମ ଜୟନ୍ତୀ : କନକ ନ୍ୟୁଜ ପକ୍ଷରୁ ମିନି ମାରାଥନ ଆୟୋଜିତ; ଦୌଡିଲେ ଶହ ଶହ ପ୍ରତିଯୋଗୀ

74

କନକ ବ୍ୟୁରୋ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ । ଏହି ଅବସରରେ କନକ ନ୍ୟୁଜ ପକ୍ଷରୁ କଟକରେ ମିନି ମାରାଥାନ ଆୟୋଜିତ ହୋଇଯାଇଛି । ଏହି ମାରାଥନ ଯୋବ୍ରା ମାରିଟାଇମ ମ୍ୟୁଜିୟମରୁ ଆରମ୍ଭ ହୋଇ ବାଲିଯାତ୍ରା ପଡିଆ ଯାଏ ହୋଇଥିଲା । ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସହ ସବୁବର୍ଗର ଲୋକେ ଏହି ମାରାଥନରେ ଯୋଗଦେଇଥିଲେ । ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ୧୦ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି ।