ହୋଲିରେ ରଙ୍ଗମୟ ସାରା ଦେଶ । ଅବିର ବୋଳି ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଦେଶବାସୀ

48

କନକ ବ୍ୟୁରୋ : ହୋଲି ପାଇଁ ଉତ୍ସବମୁଖର ସାରା ଦେଶ । ଅବିରରେ ରଙ୍ଗେଇ ହୋଇଛି ଗାଁଠୁ ସହର । ପିଲାଠୁ ବୟସ୍କ ସମସ୍ତେ ହୋଲି ଖେଳରେ ମସଗୁଲ ହୋଇଛନ୍ତି । ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସିଛନ୍ତି । ପରିବାରବର୍ଗ, ବନ୍ଧୁୁ, ପ୍ରିୟଜନଙ୍କୁ ନେଇ ରଙ୍ଗ ଖେଳିଛନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ସ୍ନେହ ଓ ଭାଇଚାରା ବାର୍ତା ଦେଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଢଙ୍ଗରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଛି । ସବୁଠୁ ଅଧିକ ଧ୍ୟାନ ଆକର୍ଷଣ କରିଛି ମଥୁରା ଓ ବୃନ୍ଦାବନର ହୋଲି । ରଙ୍ଗ, ଫୁଲ, ନୃତ୍ୟ, ଗୀତ ସହ ଆଧ୍ୟାତ୍ମିକ ଓ ଉତ୍ସାହରେ ବୁଡିଛନ୍ତି ଲୋକେ । ମୁମ୍ବାଇ, ଜୟପୁର, ମଥୁରା, ଅହମ୍ମଦାବାଦ ପରି ଜାଗାରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସେପଟେ ବିଦେଶରେ ବେଶ୍ ଧୁମଧାମରେ ହୋଲି ଉତ୍ସବ ପାଳନ କରାଯାଇଛି । ପାରମ୍ପାରିକ ଭାରତୀୟ ପୋଷାକ ପିନ୍ଧି, ମିଠା ଖୁଆଇ ରଙ୍ଗ ଖେଳି ପାଳିଛନ୍ତି ରଙ୍ଗର ଉତ୍ସବ ।