ମାଲବାହୀ ଜାହାଜ ଧକ୍କାରେ ଭୁଷୁଡ଼ିପଡ଼ିଲା ପୋଲ । ଆମେରିକାର ବାଲଟିମୋରରେ ପୋଲ ଭୁଷୁଡ଼ିବାର ଦୃଶ୍ୟ ଭାଇରାଲ

454

କନକ ବ୍ୟୁରୋ : ମାଲବାହୀ ଜାହାଜ ଧକ୍କାରେ ଭୁଷୁଡି ପଡ଼ିଲା ପୋଲ । ଆମେରିକାର ମାରିଲ୍ୟାଣ୍ଡ ବାଲଟିମୋରରେ ଏହି ଦୁର୍ଘଟଣା ଘଟିଛି । ପୋଲଟି ଭାଙ୍ଗି ନଦୀ ଭିତରକୁ ଖସି ପଡ଼ିଛି । ଏହାର ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ପୋଲ ଦେଇ ସବୁଦିନ ବହୁ ମାଲବାହୀ ଜାହାଜ ଯାତାୟତ କରନ୍ତି । ତେଣୁ ଦୁର୍ଘଟଣା ବେଳେ କେତୋଟି ମାଲବାଦୀ ଜାହାଜ ଥିଲେ ତାହା ଠିକ୍ ଭାବେ ଜଣାପଡ଼ି ନାହିଁ । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତେବେ ପ୍ରକୃତ କ୍ଷୟକ୍ଷତିର ଆକଳନ ଏଯାଏଁ ହୋଇପାରି ନାହିଁ । ମ୍ୟାରିଲ୍ୟାଣ୍ଡରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ସେଠାକାର ଗଭର୍ଣ୍ଣର । ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଫ୍ରାନ୍ସିସ୍ ସ୍କଟ ବ୍ରିଜ୍ ୧୯୭୭ରେ ଖୋଲାଯାଇଥିଲା । ଦୁର୍ଘଟଣା କେମିତି ଘଟିଲା, ସେନେଇ ତଦନ୍ତ ଆରମ୍ଭ ହୋଇଛି ।