‘ହାତ’ ହାତରେ ହିମାଚଳ ପ୍ରଦେଶ: କାମ ଦେଲାନି ମୋଦୀ ମ୍ୟାଜିକ୍, ଇତିହାସର ହେଲା ପୁନରାବୃତ୍ତି

1,160

କନକ ବ୍ୟୁରୋ: ଆଜି ବାହାରୁଛି ଗୁଜରାଟ ଆଉ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ । ଗୁଜାରଟରେ ବିଜେପି ଐତିହାସିକ ବିଜୟ ମହାଁ ହେଉଥିବା ବେଳେ ହିମାଚଳରେ କିନ୍ତୁ ପାୱାର ଦେଖାଇପାରିଲାନି ପଦ୍ମ । ହିମାଚଳ ପ୍ରଦେଶରେ କଂଗ୍ରେସ ଆଗୁଆ ରହିଛି । ସେଠାରେ କଂଗ୍ରେସ ବହୁମତ ମଧ୍ୟ ହାସଲ କରିସାରିଲାଣି । ଏଥିରୁ ସ୍ପଷ୍ଟ ହେଉଛି ଯେ ହାତ ହିମାଚଳ ପ୍ରଦେଶକୁ ହାତେଇବ ।

ଆରମ୍ଭରୁ ହିମାଚଳ ପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ହେଖିବାକୁ ମିଳିଥିଲା । କେତେବେଳେ କଂଗ୍ରେସ ଆଗକୁ ଯାଉଥିଲା ତ କେତେବେଳେ ବିଜେପି । ହେଲେ ଏବେ କଂଗ୍ରେସ ୩୯ ସିଟରେ ଆଗୁଆ ରହିଥିଲା ବେଳେ ବିଜେପି ଖାତାରେ ୨୬ ଆସନ ରହିଛି । ସେହିପରି ହିମାଚଳରେ ଖାତା ଖୋଲିପାରିନି ଆପ୍ ।

ହିମାଚଳ ପ୍ରଦେଶରେ ଇତିହାସର ପୁଣି ପୁନରାବୃତ୍ତି ହୋଇଛି । ୧୯୯୦ ମସିହାରୁ ଯେଉଁ ଧାରା ଚାଲିଥିଲା ତାହା ପୁଣି ଦୋହରାଇନ୍ତି ହିମାଚଳ ପ୍ରଦେଶ ଜନତା । ୫ ବର୍ଷରେ ଥରେ ସରକାର ବଦଳିବା ହିମାଚଳ ପ୍ରଦେଶର ପରମ୍ପରା ରହିଥିଲା । ଯଦି ବିଜେପି ଏଠାରେ ବିଜୟୀ ହୋଇଥାନ୍ତା ତେବେ ଇତିହାସ ସୃଷ୍ଟି ହୋଇଥାନ୍ତା । ହେଲେ କଂଗ୍ରେସ ବିଜୟୀ ହୋଇ ପୁଣି ଇତିହାସ ଦୋହରାଇଛି ।