୧୦ବର୍ଷ ତଳର ଜଳ ପ୍ରଳୟ ଘଟଣାକୁ ମନେପକାଇଦେଉଛି ବର୍ଷାର କରାଳ ରୂପ । ହିମାଚଳପ୍ରଦେଶରେ ଭୟଙ୍କର ସ୍ଥିତି

167

କନକ ବ୍ୟୁରୋ : ହିମାଚଳପ୍ରଦେଶରେ ବର୍ଷା ଚରୁଛି ତାଣ୍ଡବ । ଚାରିଆଡେ ଖାଲି ପାଣି ଆଉ ପାଣି । ରାସ୍ତାରେ ଘାଡ ପାଣିରେ ବୁଡି ରହିଛି । ଅନେକ୍ ଗାଁ ବିଛିନ୍ନାଞ୍ଚଳରେ ପରିଣତ ହେଲାଣି । ପରିସ୍ଥିତି ଏପରି ହୋଇଯାଇଛି ଯେ, ୧୦ବର୍ଷ ତଳର କଥାକୁ ପୁଣି ମନେପକାଇଦେଉଛି । ଜୁନ୍ ୧୫ତାରିଖ ୨୦୧୩ରେ କେଦାରନାଥରେ ଯେଉଁ ଜଳ ପ୍ରଳୟ ଘଟିଥିଲା । ତାହା ଏବେ ଯାଏଁ ଲୋକଙ୍କ ମନରୁ ଲିଭିନି ନଥିବା ବେଳେ ବର୍ତ୍ତମାନର ସ୍ଥିତି ସେହି ୧୦ ବର୍ଷ ତଳର କଥାକୁ ମନେ ପକାଇ ଲୋକଙ୍କୁ ଆତଙ୍କିତ କରିଦେଇଛି ।

ଦୁଇଦିନ ହେବ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା କାରଣରୁ ଚାରିଆଡେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପାହାଡ ଧସୁଛି, ଅନେକ ସ୍ଥାନରେ ଭୁସ୍ଖଳନର ଭୟଙ୍କର ରୂପ ଦେଖିବାକୁ ମିଳିଛି । ନଦୀ ଗୁଡିକରେ ସୁନାମୀ ଭଳି ଗୋଳିଆ ପାଣି ମାଡିଆସୁଛି । ୨୦୧୩ରେ ଠିକ୍ ଏହିଭଳି ପରିସ୍ଥିତି ଉପୁଜିଥିଲା । ସେହି ସମୟରେ ମୌସୁମୀ ଯେଉଁ କରାଳ ରୂପ ଦେଖାଇଥିଲା । ଏବେ ମଧ୍ୟ ଠିକ୍ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ଏନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବର୍ଷା କମିବା ସହ ୧୦ବର୍ଷ ତଳର ଘଟଣା ପୁଣି ଥରେ ନଦୋହରୁ ସେନେଇ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ।