ନକଲି ଔଷଧ ପଛରେ ରହିଛି ହିମାଚଳ ଲିଙ୍କ। ଓଡିଶାରେ ମେଡିସିନ୍ ସପ୍ଲାଏ କରି ନଥିବା କମ୍ପାନୀର ସ୍ପଷ୍ଟ ପରେ କାର୍ଯ୍ୟାନୁଷ୍ଠାନ। 

180

କନକ ବ୍ୟୁରୋ: କ୍ଲାଭାମ୍ –୬୨୫ ନକଲି ଔଷଧ ପଛରେ ରହିଛି ହିମାଚଳ ଲିଙ୍କ । ଏନେଇ ସୂଚନା ଦେଲା ଡ୍ରଗ୍ କଂଟ୍ରୋଲ ବିଭାଗ । ଓଡିଶାରେ ଏହି ମେଡିସିନ୍ର ସପ୍ଲାଏ କରି ନଥିବା କମ୍ପାନୀ ସ୍ପଷ୍ଟ କରିବା ପରେ ଡ୍ରଗ୍ କଂଟ୍ରୋଲ ତରଫରୁ କାର୍ଯ୍ୟାନୁଷ୍ଠାନ । ଅଶୋକ ନଗରରେ ଥିବା କିରଣ ଫାର୍ମାସ୍ୟୁଟିକାଲରେ ଚଢଉ କରି ନକଲି କ୍ଲାଭାମ୍ – ୬୨୫ ଜବତ କରିଛି ଡ୍ରଗ୍ କଂଟ୍ରୋଲ ବିଭାଗ । ଜବତ ଔଷଧର ମୂଲ୍ୟ ୬୫,୪୩୨ ଥିବା ଜଣାପଡିଛି । ଭୁବନେଶ୍ୱର ରେଂଜର ଡ୍ରଗ୍ ଇନ୍ସପେକ୍ଟର ଚନ୍ଦର କୁମାର ଗିରିଙ୍କ ଟିମ୍ ଚଢାଉ କରି ଏହି ନକଲି ଔଷଧ ଜବତ କରିଛି ।

ନକଲି ମେଡିସିନ୍ ଯୋଗାଉ ଥିବାରୁ କିରଣ ଫାର୍ମାସ୍ୟୁଟିକାଲ୍ ନାମରେ କୋର୍ଟରେ ମାମଲା ଦାୟର କଲା ବିଭାଗ । ପୂର୍ବରୁ ଜବତ ହୋଇଥିବା ନକଲି ଟେଲମା – ୪୦ ଔଷଧ ମାମଲା ସହ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଘଟଣାରେ ଡ୍ରଗ୍ କଂଟ୍ରୋଲର ସୁବୋଧ ନାୟକଙ୍କ ପ୍ରତିକ୍ରିୟା । କହିଲେ ରିଟେଲ୍ ଓ ହୋଲସେଲ ପଏ ଣ୍ଟ ଉପରେ ନଜର ରଖାଯାଇଛି । ଔଷଧ ରଖିବା ପୂର୍ବରୁ ରିଟେଲର ବ୍ୟାଚ ନମ୍ବର ଓ ବିଲ ସହ ମିଳେଇ ରଖିବାକୁ ପରାମର୍ଶ ନିମ୍ନମାନର ସାଲାଇନ ଯୋଗାଇଥିବା ମଧ୍ୟପ୍ରଦେଶର ଫାର୍ମା କମ୍ପାନୀକୁ ମଧ୍ୟ ବ୍ଲାକ୍ ଲିଷ୍ଟ କରାଯାଇଥିବା କହିଛନ୍ତି ସୁବୋଧ ନାୟକ ।