ଅସରାଏ ବର୍ଷାରେ ନାକେଦମ ନାଗପୁର: ରାସ୍ତାରେ ଚାଲିଲା ଡଙ୍ଗା, ଛାନିଆ ସ୍ଥାନୀୟ ବାସିନ୍ଦା

118

କନକ ବ୍ୟୁରୋ: ବର୍ଷା ପାଇଁ ନାକେଦମ ନାଗପୁର । ଅସରାଏ ବର୍ଷାରେ ସହର ପାଲଟିଲା ନଦୀ । ସ୍ଥିତି ଏଭଳି ହୋଇଛି କି ଦୌଉଡି ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଉଛି । ନାଗପୁରର ଅନେକ ଗଳିକନ୍ଦିରେ ଚାଲିଛି ଡଙ୍ଗା । ସ୍ଥାନୀୟ ପ୍ରଶାସନ ଅବହେଳା ପାଇଁ ଏଭଳି ସ୍ଥିତି ଉପଜିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।

ମହାରାଷ୍ଟ୍ରର ବ୍ୟବସାୟ ପେଣ୍ଠସ୍ଥଳରଭାବେ ପରିଚିତ ସହର ନାଗପୁର । ମଝି ସହରରେ ଲୋକମାନେ ବର୍ଷା ପାଣିରେ ଫଶି ରହିଛନ୍ତି । ଦୌଉଡି ସାହାଯ୍ୟରେ ଗୋଟେ ସ୍ଥାନର ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି । କେଉଁଠି ଛାତ ଉପରେ ଛିଡା ହୋଇ ଜୀବନ ରକ୍ଷା କରିଛନ୍ତି ତ ପୁଣି କିଏ ଉଦ୍ଧାରକାରୀ ଦଳର ସାହାଯ୍ୟକୁ ଅପେକ୍ଷା କରି ଚାହିଁ ବସିଛନ୍ତି । ବର୍ଷା ପାଣି ଘେରରେ ଘରଦ୍ୱାର ଯାନବାହାନ ସବୁ କିଛି ଫଶି ରହିଛି ବର୍ଷା ପାଣିରେ । ଆଖି ଯୁଆଡେ ଯାଉଛି ସେଠି କେବଳ ପାଣି ହିଁ ପାଣି ନଜର ଆସୁଛି ।

ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ ଏଭଳି ସ୍ଥିତି ଲଗାଣବର୍ଷା ପାଇଁ ନୁହେଁ ବଂର ଅସରାଏ ବର୍ଷା ଯୋଗୁଁ ଘଟିଛି । ରାସ୍ତାରେ ଚାଲିଛି ଡଙ୍ଗା ଚାଲିଛି । ଏଠାରେ ଫସିବା ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି ।

ପାଣି ଭିତରେ ଫଶିଛି ଜୀବନ । ଏଭଳି ସ୍ଥିିିତି ପାଇଁ ସ୍ଥାନୀୟ ବାସିନ୍ଦା ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି । ସେପଟେ ଆଗାମୀ ୪ଦିନ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଇଏମଡି ଆକଳନ ନାଗପୁରବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।