ରାଜସ୍ଥାନ ମାଟିରୁ ମୋଦୀ ସରକାରଙ୍କୁ ଘେରିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ: କହିଲେ ସତ ଉଠାଇଲେ କରାଯାଉଛି କଣ୍ଠରୋଧ, ଦେଶରେ ଚାଲିଛି ଏକଛତ୍ରବାଦ ଶାସନ

143

କନକ ବ୍ୟୁରୋ: ରାଜସ୍ଥାନରେ କଂଗ୍ରେସର ନିର୍ବାଚନୀ ବିଗୁଲ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଦଳର ଅନ୍ୟ ବରିଷ୍ଠ ନେତା ଏଠାରେ ପହଁଚି କଂଗ୍ରେସ କମିଟିର ନୂଆ ଭବନର ଶିଳାନ୍ୟାସ କରିଛନ୍ତି । କାର୍ଯକ୍ରମକୁ ସମ୍ବୋଧିତ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କଂଗ୍ରେସ ଓ ବିଜେପି ମଧ୍ୟ ବିଚାର, ଆଦର୍ଶର ଲଢେଇ ଚାଲିଛି । ଏଥିସହ ତାଙ୍କର ଲୋକସଭା ସଦସ୍ୟତା ରଦ୍ଦ ଓ ମହିଳା ସଂରକ୍ଷଣ ବିଲ, ଭାରତ-ଇଣ୍ଡିଆ ନାଁ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଏଥିସହ ରାହୁଲ କହିଛନ୍ତି ଦେଶରେ କ’ଣ ହେବ ସେକଥା ନିଷ୍ପତି କେବଳ ୯୦ ଲୋକ ନେଉଛନ୍ତି । ଭୁଲକୁ ବିରୋଧ କରୁଥିବାରୁ ଓ ସତ କଥା କହୁଥିବା ଯୋଗୁଁ ତାଙ୍କ କଣ୍ଠରୋଧ କରାଯାଉଛି ଓ ଦେଶରେ ଏକଛତ୍ରବାଦ ଶାସନ ଚାଲିଛି ବୋଲି ଆଜି ରାଜସ୍ଥାନ ସଭାରେ କହିଛନ୍ତି ରାହୁଲ ଗାନ୍ଧୀ ।