ବାତ୍ୟା ପରେ ଆସିଲା ବନ୍ୟା । ପ୍ରବଳ ବର୍ଷାରେ ଗଜାଂମର ପାତ୍ରପୁରରେ ଭାସିଗଲା ଟ୍ରକ ଓ ଜେସିବି

49

କନକ ବ୍ୟୁରୋ : ବାତ୍ୟା ତିତଲି ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଗତକାଲି ରାତିର ହିଁ ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ମିଳିଛି ସୂଚନା । ତେବେ ଗଜାଂମ ଜିଲ୍ଲାର ପାତ୍ରପୁରଠାରେ ବନ୍ୟା ପାଣି ଆସିବାରୁ ସେଠାରେ ରାସ୍ତାକାମରେ ନିୟୋଜିତ ହୋଇଥିବା ଟ୍ରକ ଓ ଜେସିବି ନଦୀରେ ଭାସିଯାଇଛି । ପାଣିର ପ୍ରଖର ସ୍ରୋତ ଏତେମାତ୍ରାରେ ଥିଲା ଯେ, ଆଖି ଆଗରେ ଏତେ ବଡ ଗାଡି ଭସାଇନେଇଥିଲା ପାଣି । ବାତ୍ୟା ପ୍ରଭାବରେ ଆହୁରି ୨୪ ଘଣ୍ଟା ଯାଏଁ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବନୁମାନ କରିଛି । ବାତ୍ୟାପରେ ଲୋକମାନଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି । ରାସ୍ତା ଉପରେ ଅନେକ ସ୍ଥାନରେ ପାଣି ଚାଲୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେପଟେ ଲେକମାନଙ୍କୁ ଦାଉ ସାଜିଛି ବିଜୁଳି ବିଭାଗ । ପବନରେ ଖୁଣ୍ଟ ଗୁଡିକ ଭାଙ୍ଗିପଡିଥିବାରୁ ଅନେକ ଗ୍ରାମରେ ବିଜୁଳି ସଂଯୋଗ ମଧ୍ୟ ବାଧାପ୍ରାପ୍ତ ହୋଇଛି । କେବଳ ଗଜାଂମ ନୁହେଁ ରାଜ୍ୟର ୧୫ ଜିଲ୍ଲାରେ ବର୍ଷା ହେଉଛି । ବଡବଡ ନଦୀରେ ମଧ୍ୟ ବନ୍ୟା ଆସିବାରୁ ତଳିଆ ଅଚଂଳର ଅନେକ ଲୋକମାନଙ୍କ ଘରେ ପାଣିପଶିଛି । ସେପଟେ ରାଜ୍ୟ ସରକାର ୧ ଦିନି ଛୁଟି ଘୋଷଣା କରିଥିବା ବେଳେ ପରିସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି ।