ଶନିଦେବଙ୍କୁ ଏକ କୋଟି ଟଙ୍କାର ସୁନା କଳସ ଦାନ ପ୍ରସଙ୍ଗରେ ମୁହଁ ଖୋଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ମାତ୍ର ୧୦ ଲକ୍ଷ ଟଙ୍କା ଦେଇଥିବା କହିଲେ ନବ ଦାସ

229

କନକ ବ୍ୟୁରୋ: ମହାରାଷ୍ଟ୍ରର ଶନି ମନ୍ଦିରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୁନାକଳସ ଦାନକୁ ଚର୍ଚ୍ଚା ବଢିଛି । ଏ ନେଇ ଗଣମାଧ୍ୟମରେ ଚର୍ଚ୍ଚା ବଢିବା ପରେ ସତ କହିଛନ୍ତି ସ୍ୱାସ୍ଥ୍୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, ଠାକୁରଙ୍କୁ ଦାନ କରିବାରେ ଭୁଲ୍ ରହିଲା କେଉଁଠି । ଓଡିଶାବାସୀ ଖୁସିରେ ରହିବା ପାଇଁ ସେ ଶନିଦେବଙ୍କୁ ପୂଜାର୍ଚ୍ଚନା କରିବା ସହ ପ୍ରାର୍ଥନା କରିଛନ୍ତି । ତେବେ ସେ କଳସ ପାଇଁ ମାତ୍ର ୧୦ଲକ୍ଷ ଟଙ୍କା ଦେଇଥିବା କହିଛନ୍ତି । ଏଥିସହ ଯେଉଁମାନେ ଖବର ପ୍ରକାଶିତ କରିଛନ୍ତି ସେମାନେ ହିନ୍ଦୁଧର୍ମକୁ ଜଗନ୍ତୁ ବୋଲି କହିଛନ୍ତି ନବ ଦାସ ।

  • ଶନି ମନ୍ଦିରକୁ ସୁନା କଳସ ଦାନ, ସତ ମାନିଲେ ସ୍ୱାସ୍ଥ୍ୟମନ୍ତ୍ରୀ
  • ଏକ କୋଟି ନୁହେଁ କହିଲେ କଳସ ପାଇଁ ଦେଇଛନ୍ତି ୧୦ ଲକ୍ଷ

ମହାରାଷ୍ଟ୍ରର ଶନି ଶିଙ୍ଗଣାପୁର ମନ୍ଦିରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପସ୍ଥିତି ଏବଂ ଦାନ ଆକାରରେ ସୁନା କଳସ ଦାନ କରିବାର ଚିତ୍ର ସାମ୍ନାକୁ ଆସିବା ପରେ ଚର୍ଚ୍ଚା ହେଉଥିଲା ଏତେ ବଡ଼ ଦାନ କଲା କିଏ? ମନ୍ଦିର ପ୍ରଶାସନ ପକ୍ଷରୁ ଦାନ ଦେଇଥିବା ଭକ୍ତଙ୍କ ନାଁ ଗୋପନ ରଖାଯାଇଥିଲେ ବି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା, ଏହି ଦାନ କରିଛନ୍ତି ଓଡ଼ିଆ ଭକ୍ତ ନବ ଦାସ । ଯାହାର ମୂଲ୍ୟ ଗୋଟିଏ ଟଙ୍କା ବୋଲି ରିପୋର୍ଟରେ ଦାବି ହେଉଥିଲା । ତେବେ ଏହି ଚର୍ଚ୍ଚା-ଆଲୋଚନା ଉପରେ ପ୍ରତିକ୍ରିୟା ରଖି ସତ ମାନିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । କହିଛନ୍ତି, ଓଡ଼ିଶାବାସୀଙ୍କ ଖୁସିରେ ରୁହନ୍ତୁ । ଏହି କାମନା କରି ସେ ପୂଜାର୍ଚ୍ଚନା କରିବା ସହ ଦାନ ଦେଇଛନ୍ତି । ଠାକୁରଙ୍କୁ ଦାନ କରିବାରେ ଭୁଲ୍ କେଉଁଠି ରହିଲା ବୋଲି ପ୍ରଶ୍ନ କରିଛନ୍ତି ।

ଗତକାଲି ଏକାଧିକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଏହି କଳସ ୭ ଶହ ଗ୍ରାମ ସୁନା ଓ ୫ କେଜି ରୂପାରେ ତିଆରି ହୋଇଛି । ଯାହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ହେବ । ତେବେ ନବ ଦାସ ସୁନା କଳସର ମୂଲ୍ୟ ନେଇ ଭିନ୍ନ କଥା କହିଛନ୍ତି । ସେ କହିଛନ୍ତି, କଳସ ପାଇଁ ସେ ମାତ୍ର ୧୦ଲକ୍ଷ ଟଙ୍କା ଦେଇଛନ୍ତି । ଏମିତି କି ହିନ୍ଦୁଧର୍ମକୁ ଜଗନ୍ତୁ ବୋଲି ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଗତ ସପ୍ତାହରେ କୁମ୍ଭ ରାଶିରେ ଶନି ଚଳନ କରିଥିଲେ । ଦୀର୍ଘ ୨୦ ବର୍ଷ ପରେ ଶନି ଅମାବାସ୍ୟା ଭଳି ଦୁର୍ଲଭ ଯୋଗ ପଡିଥିଲା । ଏହି ସମୟରେ ପରିବାର ସଦସ୍ୟଙ୍କ ସହ ଯାଇ, ମହାରାଷ୍ଟ୍ରର ଅହମ୍ମଦନଗର ଶନି ଶିଙ୍ଗଣାପୁରରେ ଥିବା ଶନିଙ୍କ ମନ୍ଦିରରେ କଳସକୁ ଦାନ କରିଥିଲେ ନବ ଦାସ ।