ଅରୂପ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କଲେ ଜୟନାରାୟଣ ମିଶ୍ର : କହିଲେ, ଯଦି ମାରିବାକୁ ଚାହୁଁଛ ମାରିବ; ଜାଗା ଓ ସ୍ଥାନ କୁହ ମୁଁ ଯିବି

881

କନକ ବ୍ୟୁରୋ : ବିଜେଡି ନେତା ଅରୁପ ପଟ୍ଟନାୟକଙ୍କ ଧମକ ପରେ ତାଙ୍କୁ ଚ୍ୟାଲେଞ୍ଜ କଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି,ଅରୁପ ପଟ୍ଟନାୟକଙ୍କ ବ୍ୟବହାର ଶିଖିନାହାଁନ୍ତି । ମୁମ୍ବାଇର ପୁଲିସ କମିଶନର ଥିବା ବେଳେ ବାଂଲାଦେଶୀଙ୍କ ସହ ସାଲିସ କରିବାରୁ ତାଙ୍କୁ ପଦବୀରୁ ହଟାଯାଇଥିଲା । ତେବେ ସେ ନିରୀହ ଲୋକ, ଯଦି କେହି ତାଙ୍କୁ ମାରିବାକୁ ଚାହୁଁଛନ୍ତି ମାରିବେ । ଯେଉଁ ଜାଗାକୁ ଡାକିବେ ମାରିବାକୁ ଡାକିବେ ସେ ଯିବେ ବୋଲି କହିଛନ୍ତି ଏହି ବିଜେପି ନେତା ।

ଗତକାଲି ଜୟନାରାୟଣ ମିଶ୍ରଙ୍କ ନାଁ ନନେଇ, ତାଙ୍କୁ ଧମକ ଦେଇଥିଲେ ବିଜେଡି ନେତା ଅରୁପ ପଟ୍ଟନାୟକ । ଯେଉଁ ଲୋକ ମହିଳା ଥାନା ଅଧିକାରୀଙ୍କୁ ଧକ୍କା ମାରୁଥିଲେ ସେ ମୋ ହାବୁଡ଼ରେ ପଡ଼ିନି । ନହେଲେ କ’ଣ ହୋଇଥାନ୍ତୋ ସେ ଠିକ୍ ଜାଣିଛନ୍ତି ବୋଲି ଅରୁପ ପଟ୍ଟନାୟକ କହିଛନ୍ତି । ଜାମିନବିହିନ ଗିରଫ ପରୱାନା ସତ୍ୱେ ସେ ଲୋକ କେମିତି ବାହାରେ ବୁଲୁଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଧକ୍କା ମାରିମାରିବା ଘଟଣାର ଉଦହାରଣ ରଖି ଅରୁପ ପଟ୍ଟନାୟକ କହିଥିଲେ. ଏହି ଘଟଣାରେ ଯେତେ ସବୁ ଦଫା ଲାଗିବ ତାହା ନନ୍ ବେଲେବୁଲ୍ । ।