ଆଇଆଇସି ମୋ ଗୋଡ଼ ଚକୁଡ଼ିଦେଲେ, ପ୍ରତିକ୍ରିୟାରେ ଠେଲିଦେଲି : ମୁଁ କ୍ଷମା ମାଗିବି ନା ଓଡ଼ିଶା ସରକାର ମୋତେ କ୍ଷମା ମାଗିବେ

145

କନକ ବ୍ୟୁରୋ : ଧନୁପାଲି ଥାନା ଆଇଆଇସିଙ୍କ ସହ ଧସ୍ତାଧସ୍ତି ଘଟଣା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୟନାରାୟଣ ମିଶ୍ର । ପ୍ରତି କ୍ରିୟାର ପ୍ରତିକ୍ରିୟା ଅଛି । ଜଣେ ପୋଲିସ କର୍ମଚାରୀ ମୋତେ ଖରାପ ବ୍ୟବହାର ଦେଖାଇଲେ । ମୋ ଗୋଡ ଉପରେ ଆଇଆଇସି ଚକୁଡିଦେଲେ, ପ୍ରତିକ୍ରିୟାରେ ମୁଁ ଠେଲିଦେଲି । ସେଥିପାଇଁ ମୁଁ କ୍ଷମା ମାଗିବି ନା ଓଡିଶା ସରକାର ମୋତେ କ୍ଷମା ମାଗିବେ ।

ଆଇଆଇସି ଡ୍ୟୁଟିରେ ନଥିବା ବେଳେ , ସେ କାହିଁକି ଆସି ମୋ ଗୋଡକୁ ଚକୁଡି ଦେଲେ । ଯେଉଁଟା କ୍ୟାମେରାରେ ଦେଖାଯାଇନି । ମୁଁ ଜଣେ ସାଧାରଣ ମଣିଷ । ମହାତ୍ମା ଗାନ୍ଧୀ ନୃୁହେଁ ଯେ, ଗୋଟେ ଗୋଡକୁ ଚକୁଡିଦେଲା ପରେ ଆଉ ଗୋଟେ ଗୋଡକୁ ଦେଖାଇବି । ନିରପେକ୍ଷ ତଦନ୍ତ ହେଲେ ମୁଁ ସହଯୋଗ କରିବି । କିନ୍ତୁ ନିରପେକ୍ଷ ତଦନ୍ତ ହେବ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳର ନେତା । ସେ ଆହୁରି ମଧ୍ୟ କହିଛନ୍ତି ପୋଲିସର ତଦନ୍ତ ଉପରେ ମୋର ବିଶ୍ୱାସ ନାହିଁ । ଏଏସଆଇ ମନ୍ତ୍ରୀଙ୍କୁ ଗୁଳି କଲେ, କେହି ଅଧିକାରୀ ତଦ ଭୁଲ ମାଗିଲେନି । ଏହାକୁ ନେଇ ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ ।