ଅରୁଚିକର ମନ୍ତବ୍ୟ ଦେବା ପରେ ଲଜ୍ଜା ଓ ଆତ୍ମଗ୍ଲାନିରେ ଗୋଟିଏ ରୁମରେ ଦିନ କାଟୁଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ! ଘରୁ ବାହାରୁ ନାହାନ୍ତି କି କାହାର ଫୋନ୍ ଉଠାଇ ନାହାନ୍ତି
କନକ ବ୍ୟୁରୋ : ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ତଦନ୍ତ ସରିବା ଯାଏଁ ନିଲମ୍ବିତ ହୋଇଥିବା ଅଲରାଉଣ୍ଡର ପାଣ୍ଡ୍ୟା ଏବେ ଘୋର ମାନିସକ ବିଷାଦ ଦେଇ ଗତିକରୁଛନ୍ତି । ଅଷ୍ଟ୍ରେଲିଆ ଗସ୍ତରୁ ବାହାର କରିଦିଆଯିବା ପରେ ଲଜ୍ଜା , ଅପମାନ ଓ ଦୁଃଖରେ ସେ ନିଜକୁ ଗୋଟିଏ ଘରେ ବନ୍ଦ କରି ରଖିଛନ୍ତି । ସେ ଏବେ ଆଦୌ ଘରୁ ବାହାରୁନହାନ୍ତି । ଏପରିକି ସେ କାହା ସହିତ କଥା ବି ହେଉନାହାନ୍ତି । କାହା ଫୋନ ମଧ୍ୟ ଉଠାଉ ନାହାନ୍ତି। ସବୁବେଳେ ଘର ମଧ୍ୟରେ ନିଜକୁ ବନ୍ଦ କରି ଭୁଲ ପାଇଁ ଅନୁତାପ କରୁଛନ୍ତି । ହାର୍ଦ୍ଦିକଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ କହିବା ଅନୁସାରେ, ଏହି କ୍ରିକେଟ ଖେଳାଳି ଏବେ ଘରେ ବିଶ୍ରାମ ନେଉଛନ୍ତି । ମକର ସଂକ୍ରାନ୍ତିରେ ଗୁଜରାଟରେ ଛୁଟି ଘୋଷଣା କରାଯାଇଥିଲା । ହାର୍ଦ୍ଦିକ ଗୁଡି ଉଡାଇବାକୁ ଭଲପାଆନ୍ତି । କିନ୍ତୁ ଏଥର ଘରେ ଥିଲେ ବି ହାର୍ଦ୍ଦିକ ଗୁଡି ଉଡାଇନଥିଲେ । ଏବେ ପରିବାର ଅପେକ୍ଷା କରିଛନ୍ତି ବିସିସିଆଇ ନିଷ୍ପତିକୁ । ହାର୍ଦ୍ଦିକଙ୍କ ବାବଦରେ କଣ ନେଉଛି କ୍ରିକେଟ ବୋର୍ଡ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ କରନ ଜୋହରଙ୍କ ସହ ଟକ୍ ସୋ’ରେ ସାମିଲ କ୍ରିକେଟର କେ.ଏଲ ରାହୁଲ ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଆଉ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରଶ୍ନ କରିଥିଲେ କରନ୍ । ଫିଲ୍ମ ନିର୍ଦ୍ଦେଶକ କରଣ ଜୋହରଙ୍କ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ କଫି ୱିଥ୍ କରଣରେ ଯୋଗ ଦେଇଥିଲେ ପାଣ୍ଡ୍ୟା ଓ ରାହୁଲ । ତେବେ କାର୍ଯ୍ୟକ୍ରମ ସମୟରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଯାହା ଫଳରେ ଉଭୟଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଥିଲା । କଫି ୱିଥ୍ କରଣ କାର୍ଯ୍ୟକ୍ରମରେ ପାଣ୍ଡ୍ୟା କହିଥିଲେ ଯେ ଅନେକ ନାରୀଙ୍କ ସହ ତାଙ୍କର ଶାରିରୀକ ସମ୍ପର୍କ ରହିଛି । ଏପରିକି ମହିଳାମାନେ କେବଳ ତାଙ୍କ ପାଇଁ ଉପଭୋଗ୍ୟର ବସ୍ତୁ । ଏହିଭଳି ନାରୀର ମର୍ଯ୍ୟାଦା ଓ ସମ୍ମାନ ହାନି କରିବା ଭଳି ଅନେକ ଅକୁହା କଥା କହିଥିଲେ ପାଣ୍ଡ୍ୟା । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଅନ୍ୟଙ୍କ ସମାଲୋଚନାର ଶିକାର ହେବା ପରେ ପାଣ୍ଡ୍ୟ କ୍ଷମା ମାଗିଥିଲେ ।