ସିଲଭର ସ୍କିନରୁ ସନ୍ୟାସିନୀ! ଓଡିଆ ଆଲବମ କୁଇନ ସାଜିଛନ୍ତି ସନ୍ୟାସିନୀ, ଶ୍ୱେତା ମଲ୍ଲିକରୁ ମାତା ମାହେଶ୍ୱରୀର ଯାତ୍ରା

2,272

କନକ ବ୍ୟୁରୋ : ୭୦ ଏମଏମ ସିଲଭର ସ୍କ୍ରିନରୁ ସନ୍ୟାସିନୀ । ଦିନେ  ଓଡିଆ ଆଲବମ ଜଗତର ସେ ଥିଲେ କ୍ୱିନ ।  ଆଲବମରେ ନାଚିଲେ ଫାଟିପଡୁଥିଲା ଦର୍ଶକଙ୍କ ତାଳି । ଟିଭି ଛାଡି ଯାଉନଥିଲେ ଦର୍ଶକ ।  କିନ୍ତୁ ରୂପେଲି ପରଦାର ମୋହ ଓ ଚାକଚକ୍ୟର ଦୁନିଆ ତାଙ୍କୁ ବାନ୍ଧି ରଖିପାରିନଥିଲା ।  ରିଲ ଲାଇଫରେ ଅନେକ ଲୋକଙ୍କ ମନ ମୋହୁଥିଲେ । କିନ୍ତୁ ରିଏଲ ଲାଇଫରେ ସେ ଥିଲେ ଚାକଚକ୍ୟରୁ ଦୂରରେ ।  ରିଲ ଲାଇଫ, ମୁହଁରେ ମେକ ଅପ ମାରିବା ନିଶା ତାଙ୍କୁ ବେଶୀ ଦିନ  ବାନ୍ଧି ରଖିପାରିନଥିଲା ।  ସେ ହୋଇଯାଇଥିଲେ ସନ୍ୟାସିନୀ ।

ଆମେ କହୁଛୁ ବିଗତ ଦିନର ଆଲବମ ହିରୋଇନ ଶ୍ୱେତା ମଲ୍ଲିକଙ୍କ କଥା । ଏହି ଆଲବମ ହିରୋଇନ ଏବେ ସାଂସର ମାୟା ତ୍ୟାଗ କରି ହୋଇଯାଇଛନ୍ତି ସନ୍ୟାସିନୀ । ଆଉ ଜୟପୁରରେ ରହି ଲୋକଙ୍କୁ ଦେଉଛନ୍ତି  ମୋକ୍ଷପ୍ରାପ୍ତିର ମାର୍ଗ । ସେ ବିବାହ କରିବା ପରେ ନିଜ ସ୍ୱାମୀଙ୍କ ସହ  ଲୋକଙ୍କୁ  ଦେଉଛନ୍ତି  ସମସ୍ୟା ଦୂରର ମାର୍ଗ । ଭକ୍ତଙ୍କ ମହଲରେ ଶ୍ୱେତା ମଲ୍ଲିକା ଏବେ ମାତା ମାହେଶ୍ୱରୀ ନାଁରେ ଜଣାଶୁଣା ।

ଶ୍ୱେତାଙ୍କ ସ୍ୱାମୀ ହେଉଛନ୍ତି ,ବାବା- ଅନନ୍ତ କେଶରୀ ସମ୍ରାଟ ବିଶ୍ୱ ସୃଷ୍ଟିକର୍ତ୍ତା । ଶେଷ ନାଗ ଉପରେ ବିରାଜିଛନ୍ତି ବାବା । ଆଉ ପଦ୍ମ ଫୁଲର ପାଖୁଡା ଉପରେ ମାତା । ଦେହରେ ପାଟବସ୍ତ୍ର, ବେକରେ ଫୁଲମାଳ । ପାଦତଳେ ପୂଜା କରୁଛନ୍ତି ଭକ୍ତ । ଚାରିଆଡି ଜୟ ଜୟକାର । ଯଜ୍ଞ ସ୍ଥଳରେ ଲାଗିଛି ମାତା ମହେଶ୍ୱରୀଙ୍କ ବିଶ୍ୱରୂପ ଫଟୋ । ଜୟପୁରର ସୌରାଗୁଡାରେ ଆୟୋଜିତ ଆଦ୍ୟ ଅନନ୍ତ ଲଷ୍ମୀନାରାୟଣଙ୍କ କଳକୀ ମହାଯଜ୍ଞରେ ଅବିର୍ଭାବ ହୋଇଛି ଏହି ବାବା-ମାତାଙ୍କର ।  ସ୍ଥାନୀୟ ଲୋକ କହିଛନ୍ତି, ବାବା ତନ୍ତ୍ର ମନ୍ତ୍ର କରନ୍ତି ଏବଂ ଝଡା ଫୁଙ୍କା କରି ରୋଗ ଭଲ କରିଥାନ୍ତି । ଯଜ୍ଞରେ ସେ ଭକ୍ତଙ୍କ ଠାରୁ ଟଙ୍କା ବି ନିଅନ୍ତି ନାହିଁ ।