ହରଭଜନ ଦେଲେ ମୁହଁତୋଡ ଜବାବ, ଏକାଥରକେ ପାକିସ୍ତାନ କ୍ରିକେଟରଙ୍କ ମୁହଁ ଚୁପ୍ । 

3,238

କନକ ବ୍ୟୁରୋ : ଫିକ୍ସର କୋ ସିକ୍ସର । ଆଉଟ ଅଫ୍ ଦ ପାର୍କ, ମହମ୍ମଦ ଆମିର ଚାଲ ଦଫା ହୋ ଜା । ଏହି ଗୋଟିଏ ଟ୍ୱିଟ୍ ପୂର୍ବ ପାକିସ୍ତାନ କ୍ରିକେଟର ଆମିରଙ୍କ ମୁହଁକୁ ଚୁପ୍ କରିବାକୁ ଯଥେଷ୍ଟ ଥିଲା । ଆଉ ଏଭଳି ଟ୍ୱିଟ୍ କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ । ଭାରତ-ପାକିସ୍ତାନ ମ୍ୟାଚ ଶେଷ ହେବା ପରେ ଏବେ ଟ୍ୱିଟ୍ ୱାର ଆରମ୍ଭ ହୋଇଛି । ଉଭୟ ଦେଶର ପୂର୍ବତନ ଖେଳାଳୀଙ୍କ ମଧ୍ୟରେ ଏଭଳି ଟ୍ୱିଟ୍ ୱାର ଦେଖିବାକୁ ମିଳିଛି । ଆଉ ଏହି ଟ୍ୱିଟ୍ ୱାରରେ ପୂର୍ବ ପାକିସ୍ତାନ କ୍ରିକେଟରଙ୍କ ଧଜିଆ ଉଡାଇଛନ୍ତି ହରଭଜନ ସିଂ ।

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ ମ୍ୟାଚ ଶେଷ ହେବାର ୩ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ସୋସିଆଲ ମିଡ଼ିଆରେ ଲଢେଇ ଲାଗୁଛି । କେତେବେଳେ ଉଭୟ ଦେଶର ପ୍ରଂଶସକ ମୁହାଁମୁହିଁ ହେଉଛନ୍ତି ତ ପୁଣି କେତେବେଳେ ଉଭୟ ଦେଶର ପୂର୍ବତନ ଖେଳାଳୀ ଏହି ଲଢେଇରେ ଆମନା ସାମନା ହେଉଥିବାର ଦେଖିବାକୁ ମିଳୁଛି । ଆଉ ଏହି କ୍ରମରେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଆମିର ହରଭଜନଙ୍କୁ ଟ୍ୟାଗ କରି ଟ୍ୱିଟ୍ କରିବା ଆରମ୍ଭ କରିଥିଲେ ।  ଆମିର କହିଥିଲେ, ମୁଁ ପଚାରିବାକୁ ଚାହୁଁଛି କି ହରଭଜନ ପାଜି ନିଜ ଟିଭି ଭାଙ୍ଗିଛନ୍ତି କି ନାହିଁ? କିଛି ନାହିଁ, ପରିଶେଷରେ ଏହା ବାସ୍ କ୍ରିକେଟ ଖେଳ । ଆଉ ଏହି ଟ୍ୱିଟର ଜବାବ ଦମଦାର ଅନ୍ଦାଜରେ ଦେଇଥିଲେ ହରଭଜନ । ଟ୍ୱିଟ୍ କରି ହରଭଜନ ଏକ ଭିଡ଼ିଓ ସେୟାର କରିବା ସହ କହିଥିଲେ, ଏବେ ତୁମେ ବି କହିଲଣି ଆମିର । ଏହି ୬ର ଲ୍ୟାଣ୍ଡିଂ ତୁମ ଘର ଟିଭି ଉପରେ ହୋଇନାହିଁ ତ? କିଛି ନାହିଁ, ଆପଣ କହିବା ଭଳି ଏହା ଏକ ଖେଳ । ହରଭଜନ ଯେଉଁ ଭିଡ଼ିଓ ସେୟାର କରିଥିଲେ ସେଥିରେ  ଶେଷ ଓଭରରେ ଆମିରଙ୍କୁ ଛକା ମାରି ଭାରତକୁ ବଡ ବିଜୟ ଭେଟି ଦେଇଥିଲେ । ଆଉ ଏହି ଭିଡ଼ିଓ ସେୟାର କରି ଆମିରଙ୍କୁ ପୁରୁଣା କଥା ମନେ ପକାଇ ଦେଇଥିଲେ ହରଭଜନ ।

ବାସ୍ ହରଭଜନଙ୍କ ଏହି ଟ୍ୱିଟ୍ ପରେ ଆରମ୍ଭ ହୋଇଥିଲା ଟ୍ୱିଟ୍ ୱାର । ଆମିର ମଧ୍ୟ ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚର ଏକ ପୁରୁଣା ଭିଡ଼ିଓ ସେୟାର କରିଥିଲେ । ଆଉ ଏଥିରେ ଲେଖିଥିଲେ, ମୁଁ ଟିକେ ବ୍ୟସ୍ତ ଥିଲି କାରଣ ମୁଁ ତୁମର ବୋଲିଂ ଦେଖୁଥିଲି । ଏହି ମ୍ୟାଚରେ ଲାଲା ତୁମକୁ ଲଗାତାର ୪ଟି ଛକା ମାରିଥିଲେ । କ୍ରିକେଟରେ ଏମିତି ହୁଏ କିନ୍ତୁ ଟେଷ୍ଟ କ୍ରିକେଟରେ ଏମିତି ପାହାର ଟିକେ ଅଧିକ ହୋଇଗଲା ।

ଆଉ ଆମିରଙ୍କ ଏହି ଟ୍ୱିଟ୍ ପରେ ହରଭଜନ ଯେଉଁ ବାଣ ମାରିଥିଲେ ତାହାକୁ ଅଟକାଇବା ଏତେଟା ସହଜ ନଥିଲା । କାରଣ ଆମିରଙ୍କୁ ମ୍ୟାଚ୍ ଫିକ୍ସିଂ କଥା ମନେ ପକାଇ ଦେଇଥିଲେ ହରଭଜନ । ଟ୍ୱିଟ୍ କରି ହରଭଜନ ଲେଖିଥିଲେ, ଲର୍ଡସରେ ନୋ ବଲ କିଭଳି ହୋଇଗଲା? ଏଥିପାଇଁ କିଏ କେତେ ଦେଇଥିଲା? ଟେଷ୍ଟ କ୍ରିକେଟରେ ନୋ ବଲ କିଭଳି ବା ହୋଇପାରିବ? କ୍ରିକେଟ ଭଳି ଏକ ଖେଳକୁ ବଦନାମ କରୁଥିବାରୁ ତୁମକୁ ଲାଜ ଲାଗିବା କଥା । ଆଉ ଏହାର ପ୍ରତି ଉତ୍ତରରେ ଆମିର କହିଥିଲେ, ଚାଲିଯାଅ, ଲାଲା ଆସୁଛି । ଏଡି ଟ୍ୱିଟରେ ଅତି ନିମ୍ନ ସ୍ତରକୁ ଖସି ଯାଇଥିଲେ ଆମିର । ହରଭଜନଙ୍କ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରିଥିଲେ ।

ଆମିରଙ୍କ ଏଭଳି ଟ୍ୱିଟ୍ ସହ୍ୟ କରିପାରିନଥିଲେ ହରଭଜନ । ଆଉ ଲଗାତାର ୨ଟି ସିରିଜ ଟ୍ୱିଟ୍ କରି ଏମିତି ଜବାବ ଦେଇଥିଲେ ଯେ, ଟ୍ୱିଟ୍ ୱାର ଛାଡି ଚାଲି ଯାଇଥିଲେ ଆମିର । ଚୁପ୍ ହୋଇଯାଇଥିଲା ପାକିସ୍ତାନ କ୍ରିକେଟରଙ୍କ ମୁହଁ । ହରଭଜନ ଲେଖିଥିଲେ, ତୁମ ଭଳି କିଛି ଲୋକଙ୍କ ପାଇଁ ପଇସା ବଡ । ନା ଇଜ୍ଜତ ନା ଆଉ କିଛି । କେତେ ଟଙ୍କା ମିଳିଥିଲା ସେକଥା ନିଜ ଦେଶବାସୀ ଓ ପ୍ରଂଶସକଙ୍କୁ କହିବନି କି? ଚାଲିଯାଅ, ତୁମ ଭଳି ଲୋକଙ୍କ ସହ କଥା ହେବାକୁ ଘୃଣା ଲାଗୁଛି ଯିଏ କ୍ରିକେଟ ଭଳି ଖେଳକୁ କଳଙ୍କିତ କରୁଛି । ଏହାସହ ଶେଷ ଟ୍ୱିଟରେ ହରଭଜନ ଯାହା ଲେଖିଥିଲେ ତାହା ଭାରତୀୟ ପ୍ରଂଶସକଙ୍କୁ ବେଶ ପସନ୍ଦ କରିଛନ୍ତି । ଫିକ୍ସର କୋ ସିକ୍ସର । ଆଉଟ ଅଫ୍ ଦ ପାର୍କ, ମହମ୍ମଦ ଆମିର ଚାଲ ଦଫା ହୋ ଯା ।