ମୋଦୀ ସାଙ୍ଗିଆ ମାନହାନୀ ମାମଲା ପ୍ରସଙ୍ଗ : ରାହୁଲ ଗାନ୍ଧୀଙ୍କ ରିଭ୍ୟୁ ପିଟିସନ୍ ଉପରେ ଗୁଜରାଟ ହାଇକୋର୍ଟରେ ଆଜି ଶୁଣାଣି

88

କନକ ବ୍ୟୁରୋ : ମୋଦୀ ସାଙ୍ଗିଆ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରିଭ୍ୟୁ ପିଟିସନ ଉପରେ ଆଜି ଗୁଜରାଟ ହାଇକୋର୍ଟରେ ହେବ ଶୁଣାଣି । ସକାଳ ୧୧ଟା ବେଳେ ହାଇକୋର୍ଟ ବିଚାରପତି ହେମନ୍ତ ପ୍ରଚ୍ଛକ ନିଷ୍ପତ୍ତି ଶୁଣାଇବେ । ଏହା ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ଦେବା ପାଇଁ କୋର୍ଟ ମନା କରିଦେଇଥିଲେ । ଯଦି ଗୁଜରାଟ ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାନ୍ତି, ତେବେ ରାହୁଲ ଗାନ୍ଧୀ ତାଙ୍କ ଲୋକସଭା ସଦସ୍ୟତା ପଦ ଫେରିପାଇବେ ।

ମାର୍ଚ୍ଚ ୨୩ ତାରିଖରେ ସୁରତ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । ସାଂସଦ ଭାବେ ଅଯୋଗ୍ୟ ଘୋଷିତ ହେବା ପରେ ରାହୁଲ କେରଳର ୱାୟନାଡରେ ମୋଦୀ ସରକାର ବିରୋଧରେ ବର୍ଷିଥିଲେ । କହିଥିଲେ ଯେ କେନ୍ଦ୍ର ସରକାର ତାଙ୍କ ସ୍ୱରକୁ ଚପାଇବା ପାଇଁ ଚାହୁଁଛି । କିନ୍ତୁ ସେ ଏହାକୁ ନେଇ ଆଦୌ ଭୟଭୀତ ନୁହଁନ୍ତି ବୋଲି କହିଥିଲେ ।