ଗୁଜରାଟ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଦୁଇଟି ପର୍ଯ୍ୟାୟରେ ହେବ ନିର୍ବାଚନ

124

କନକ ବ୍ୟୁରୋ : ହାଇ ଭୋଲଟେଜ୍ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । କଡା ଟକ୍କର ହେବାକୁ ଥିବା ଏହି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ । ଡିସେମ୍ବର ୧ ଏବଂ ୫ ତାରିଖରେ ନିର୍ବାଚନ କରିବା ନେଇ ଗୁରୁବାର ଘୋଷଣା କରିଛନ୍ତି ନିର୍ବାଚନ କମିଶନ ।

ପ୍ରଥମ ପର୍ଯ୍ୟାୟ ପାଇଁ ନଭେମ୍ବର ୫ରୁ ୧୪ ତାରିଖ ମଧ୍ୟରେ ପ୍ରାର୍ଥପତ୍ର ଦାଖଲର ସମୟ ଧାର୍ଯ୍ୟ ହୋଇଛି ।
ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନଭେମ୍ବର ୧୦ରୁ ୧୫ ତାରିଖ ମଧ୍ୟରେ ପ୍ରାର୍ଥପତ୍ର ଦାଖଲର ସମୟ ଧାର୍ଯ୍ୟ ହୋଇଛି ।
ଆସନ୍ତା ଡିସେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ସହ ଗୁଜରାଟ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।
୪ କୋଟି ୯୦ ଲକ୍ଷରୁ ଅଧିକ ଭୋଟର ୧୮୨ ଆସନ ପାଇଁ ମତଦାନ କରିବେ ।

ଏଥର ୩ ଲକ୍ଷ ୨୪ ହଜାର ୪୨୨ ଜଣ ନୂଆ ଭୋଟର ମତଦାନ କରିବେ ।
ପ୍ରଥମ ପର୍ଯ୍ୟାୟରେ ୮୯ ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୯୧ ଟି ଆସନ ପାଇଁ ନିର୍ବାଚନ ହେବ ।

ଦିର୍ଘ ୨୫ ବର୍ଷ ଧରି ଶାସନରେ ଥିବା ବିଜେପି ପାଇଁ ଏଥର ନର୍ବାଚନ ଜିତିବା ଏତେଟା ସହଜ ହେବନି ବୋଲି କୁହାଯାଉଛି । କାରଣ ନିକଟ ଅତୀତରେ ହୋଇଥିବା ପଞ୍ଜାବ ନିର୍ବାଚନରେ ଶାସକ କଂଗ୍ରେସ ଏବଂ ବିଜେପିକୁ ପଛରେ ପକାଇ ବାଜିମାତ କରିଥିବା ଅରବିନ୍ଦଙ୍କ କେଜ୍ରିୱାଲଙ୍କ ଦଳ ଆପ୍ । ଆଉ ହେବାକୁ ଥିବା ଗୁଜରାଟ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତି ବର୍ଷା କରିଛନ୍ତି ଆପ୍ ମୁଖ୍ୟ । ବିଶେଷକରି ଶିକ୍ଷା ଏବଂ ସ୍ୱାସ୍ଥ୍ୟକୁ ମୁଦ୍ଦା କରି କେଜ୍ରିୱାଲ ନିର୍ବାଚନୀ ଡଙ୍ଗା ପାର ହେବାକୁ ଚେଷ୍ଟା ଚଳାଇଛନ୍ତି । ଦିର୍ଘ ଦିନ ଧରି ଶାସନରେ ଥିବାରୁ ବିଜେପି ପ୍ରତି ଜନବିରୋଧି ହାୱା ମଧ୍ୟ ରହିଛି । ଆଉ କିଛି ଦିନ ପୂର୍ବରୁ ଘଟିଥିବା ମୁରବୀ ଝୁଲା ବ୍ରିଜ୍ ଭାଙ୍ଗିବା ଘଟଣାକୁ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

୨୦୧୭ ଗୁଜରାଟରେ ବିଜେପି ସରକାର ଗଠନ କରିଥିଲେ କଂଗ୍ରେସ କଡା ଟକ୍କର ଦେଇଥିଲା । ଏଥର କଂଗ୍ରେସ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ତେବେ ଆପ୍ ଏବ ଅସଦ୍ଦୁଦୀନ ଓୱେସୀଙ୍କ ଏଆଇଏମଆଇଏମ କଂଗ୍ରେସ ଭୋଟ ମାଇନସ କରୁଥିବାରୁ ଏହି ଦୁଇ ଦଳକୁ ବିଜେପିର ବି ଟିମ୍ ବୋଲି କହିଛ କଂଗ୍ରେସ । ତେବେ ୨୦୨୪ ରେ ହେବାକୁୁ ଥିବା ସାଧାରଣ ନର୍ବାଚନ ପୂର୍ବରୁ ଗୁଜରାଟ, ହିମାଚଳ ପ୍ରଦେଶ ନିର୍ବାଚନ ସବୁ ଦଳ ପାଇଁ ସେମିଫାଇନାଲ ବୋଲି କୁହାଯାଉଛି ।