ଗ୍ୟାସ ଚାମ୍ବର ପାଲଟିଲାଣି ରାଜଧାନୀ ଦିଲ୍ଲୀ । ନିଶ୍ୱାସପ୍ରଶ୍ୱାସ ନେବା ହେଲାଣି କଷ୍ଟକର

90

କନକ ବ୍ୟୁରୋ : ଶୀତ ରୁତୁ ଆରମ୍ଭରୁ ହିଁ ଦିଲ୍ଲୀରେ କଷ୍ଟହେଲାଣି ଜିଇଁବା । ପ୍ରଦୂଷିତ ହେଲାଣି ବାୟୁମଣ୍ଡଳ, ଚିନ୍ତା ବଢାଇଲାଣି ସାରା ରାଜଧାନୀ ଉପରେ ଆଚ୍ଛାଦିତ ହୋଇଥିବା ପ୍ରଦୁଷିତ ବାୟୁ ଓ ବିଷାକ୍ତ ବାୟୁମଣ୍ଡଳ । ଦିନ ବି ଏଠାରେ ସଂଜ ପରି ମନେ ହେଉଛି । କହିବାକୁ ଗଲେ ଘରୁ ବାହାରିବା ଯେତିକି କଷ୍ଟକର ସେତିକି ବିପଦପୂର୍ଣ୍ଣ ହୋଇପଡିଛି । ଏହା ଭିତରେ ଏବେ ଏନସିପିସିଆରର ଅଧ୍ୟକ୍ଷ ପ୍ରିୟଙ୍କ କାନୁକୋଗା ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି କିଛି ଦିନ ପାଇଁ ସ୍କୁଲ ଗୁଡିକ ବନ୍ଦ କରି ଅନଲାଇନ ପାଠପଢା ପାଇଁ ଅପିଲ କରିଛନ୍ତି । ଏନସିପିଆର କହିଛି ବର୍ତମାନ ଦିଲ୍ଲୀର ସ୍ଥିତି ଯେମିତି ରହିଛି ଏହା ଭିତରେ କୁନିକୁନି ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି । ବିଷାକ୍ତ ବାୟୁରୁ ପିଲାଙ୍କୁ ରକ୍ଷା କରିବା ପାଇଁ ବର୍ତମାନ ଅନଲାଇନ କ୍ଲାସ ଆବଶ୍ୟକତା ରହିଛି ।

ସେପଟେ ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର କରିବାକୁ ଓ ଯଦି ସମ୍ଭବ ୱାର୍କ ଫ୍ରମ ହୋମ କରିବାକୁ ଅପିଲ କରିଛନ୍ତି । ଦିଲ୍ଲୀ ପରିବେଶମନ୍ତ୍ରୀ ଗୋପାଳ ରାୟ କହିଛନ୍ତି କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଉଛି । ପଡୋଶୀ ରାଜ୍ୟମାନେ ନଡା ପୋଡିବା ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିଥିବା ଅଭିଯୋଗ କରିଛନ୍ତି । ସଫର ଇଣ୍ଡିଆ ଏୟାର କ୍ୱାଲିଟି ସର୍ଭିସର ରିପୋର୍ଟ ଅନୁସାରେ ରାଜଧାନୀର ବାୟୁ ଗୁଣବତା ବିଗୁଡୁଛି । ଏୟାର ଇଣ୍ଡେକ୍ସ କ୍ୱାଲିଟି ୩୭୩ରେ ପହଁଚିଲାଣି । ଦିଲ୍ଲୀର ବାୟୁ ପ୍ରଦୁଷଣକୁ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ଦିଲ୍ଲୀ ଓ ପଂଜାବ ସରକାରଙ୍କୁ ଏହା ପାଇଁ ସିଧାସଳଖ ଦାୟୀ କରିଛି ବିଜେପି ।

ସବୁଠୁ ଚିନ୍ତାର କଥା ହେଉଛି ପ୍ରଦୁଷଣ ପାଇଁ ସେଠାକାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଛି । ବିଶେଷ କରି ଶ୍ୱାସଜନିତ ସମସ୍ୟା, ଉପୁଜିଛି । ସ୍ଥିତି ଏଭଳି ହୋଇଛି ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖ।।ନାରେ ଭର୍ତି ସଂଖ୍ୟା ବଢୁଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବାୟୁପ୍ରଦୂଷଣ କାରଣରୁ ଛାତି,ଚକ୍ଷୁ, ଗଳା, ଚର୍ମ ଓ ନାକ ଜନିତ ରୋଗ ବିଶେଷ କରି ପରିଲିକ୍ଷିତ ହେଉଛି । ଏଥିସହ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ବି ବାୟୁ ପ୍ରଦୁଷଣ ମସ୍ତିଷ୍କ ସ୍ତରରେ ମଧ୍ୟ ପ୍ରଭାବ ପକାଉଛି । ଯାହା ପାଇଁ ଚିଡଚିଡାପଣ ଅଧିକ ଦେଖିବାକୁ ମିଳୁଛି । ଚେଷ୍ଟ ଇନଫେକ୍ସନରେ ବହୁ ରରୋଗୀଙ୍କୁ ଆସିୟୁରେ ଭର୍ତି କାରିବାକୁ ପଡୁଛି । ସେପଟେ ବୃଦ୍ଧ ବ୍ୟକ୍ତିଙ୍କ ନିିକଟରେ ପ୍ରଦୁଷଣ ପାଇଁ ହୃଦଘାତର ସମ୍ଭାବନା ୧୦ଗୁଣ ବୃୃଦ୍ଧି ପାଉଛି ।

ବିଷ ବଳୟ ସାଜିଛି ଦିଲ୍ଲୀର ପ୍ରଦୁଷିତ ବାୟୁ । ଦୀପାବଳୀ ପରେ ଓ ଶୀତ ରୁତୁ ଆରମ୍ଭ ହେବା ପରେ ଏଠାକାର ସ୍ଥିତି ଦିନକୁ ଦିନ ବିଗୁଡୁଛି । ସମୟ ଥାଉ ଥାଉ ଯଦି ବାୟୁପ୍ରଦୁଷଣ ମୁକାବିଲା ସଠିକ ଭାବେ ନକରାଯାଏ ତେବେ ଏହାର ପରିଣାମ କେବଳ ଦିଲ୍ଲୀବାସୀ ନୁହେଁ ସାରା ଦେଶକୁ ଭୋଗିବାକୁ ପଡିପାରେ ।