୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁଗୁଲ । ପୂର୍ବରୁ ଛଟେଇ ହୋଇଥିଲେ ୧୨ ହଜାର କର୍ମଚାରୀ ।

198

କନକ ବ୍ୟୁରୋ: ଏଆଇ, ମାନବ ଲଢେଇ ଭିତରେ ସାମ୍ନାକୁ ଆସିଛି ବଡ଼ ଖବର । ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଗୁୁଗୁଲ । ଆର୍ଟିଫିସିଆଲ ଇଂଟିଲିଜେନ୍ସ ତଥା ଏଆଇର ବିନିଯୋଗ କରି କର୍ମଚାରୀ ସଂଖ୍ୟା କମାଇବାକୁ ଯୋଜନା କରିଛି ଏହି ଆମେରୀକିୟ କମ୍ପାନୀ । ଏଆଇରର ବିନିଯୋଗ କରି ଗୁଗୁଲ ‘ଜେମିନି’, ‘ଗୁୁଗୁଲ ବାର୍ଡ’ ଭଳି ବିଶକିତ ପ୍ଲାଟଫର୍ମ ତିଆରି କରିବାକୁ ଘୋଷଣା କରିଛି । ଏପରି ସ୍ଥିତିରେ ଗୁଗୁଲ ତାର ସେଲ୍ସ ବିଭାଗରେ ପୁନଃସଙ୍ଗଠିତ କରୁଛି । ଏଆଇ ଟକ୍ନୋଲୋଜିର ବିନିଯୋଗ କରି ସେଲ୍ସ ବିଭାଗରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଗୁଗୁଲ ନିଷ୍ପତି ନେଇଛି । ବିଶେଷକରି କଷ୍ଟମର କେୟାର ସର୍ଭିସ କ୍ଷେତ୍ରରେ ଏଆଇର ବିନିଯୋଗ କରାଯିବ । ଫଳରେ ସେହି ବିଭାଗରେ ଥିବା କର୍ମଚାରୀମାନେ ଛଟେଇର ଶିକାର ହେଉଛନ୍ତି ।

ଗୁଗୁଲ ବିଜ୍ଞାପନ ସେଲ୍ସ ବିଭାଗର ମୁଖ୍ୟ ସିନ ଡ୍ୱେନି ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିବା ସୂଚନା ମିଳିଛି । ଗୁଗୁଲ ଏବେ ଏଆଇ ଦ୍ୱାରା ୱେବସାଇଟ୍କୁ ସ୍କାନ କରି ସେଥିରୁ କିୱାର୍ଡ, ହେଡଲାଇନ୍ସ, ଫଟୋ ଆଦି ବାହାର କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ପୂର୍ବରୁ ଚଳିତ ବର୍ଷ ଗୁଗୁଲ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା ।