ଇଣ୍ଡିଆ କି ଉଡାନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କଲା ଗୁଗଲ। ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ପ୍ରସ୍ତୁତି। 

59

କନକ ବ୍ୟୁରୋ: ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ କିଛି ଖାସ କରିବା ପାଇଁ ଅନେକ ପ୍ରୟାସ ଜାରିରହିଛି । ସେହିଭଳି ଗୁଗୁଲ ମଧ୍ୟ ଗୋଟିଏ ଅଭିନବ ପ୍ରୟାସ ଆରମ୍ଭ କରିଛି । ସ୍ୱାଧୀନତା ସହିତ ଜଡିତ ବିଭିନ୍ନ ଉପଲବ୍ଧିକୁ ସଂଗ୍ରହ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ନାଁ ରଖାଯାଇଛି ଇଣ୍ଡିଆ କି ଉଡାନ ।

କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ  ଏବଂ ଗୁଗୁଲ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାରା ଦେଶରେ ସ୍ୱାଧୀନତାର ୭୫ ବର୍ଷ ପାଳନ ହେଉଛି । ଏହି ଅବସରରେ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି । ସେହିପରି କମ୍ପାନୀ ୨୦୨୨ ପାଇଁ ନିଜର ଲୋକପ୍ରିୟ କାର୍ଯ୍ୟକ୍ରମ ଡୁଡଲ ଫର୍ ଗୁଗଲ ପ୍ରତିଯୋଗିତାର ମଧ୍ୟ ଘୋଷଣା କରିଛି । ଏହାର ଥିମ ରଖାଯାଇଛି, ଅଗଲେ ୨୫ ବର୍ଷ ମୋ ମେରା ଭାରତ ହୋଗା… ଏଥିରେ ପ୍ରଥମରୁ ନେଇ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇ ପାରିବେ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗୁଗଲ କେନ୍ଦ୍ର ଦ୍ୱାରା ସଂରକ୍ଷିତ ୩ ହଜାରରୁ ଅଧିକ ସ୍ମାରକୀର ଡିଜିଟାଲ ମାନଚିତ୍ର ପ୍ରସ୍ତୁତରେ ସହଯୋଗ କରିପାରିବ । ଏହା ଦ୍ୱାରା ସେ ସବୁକୁ ଅଧିକ ଧ୍ୟାନ ଦିଆଯାଇପାରିବ ।