ଭୀମସାର ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ: କେବଳ ବି ଗ୍ରୁପ୍ ରକ୍ତକୁ ଛାଡି ଦେଲେ ରୋଗୀଙ୍କୁ ମିଳୁନି ଅନ୍ୟ ଗ୍ରୁପର ରକ୍ତ

54

କନକ ବ୍ୟୁରୋ: ଭୀମସାର ରକ୍ତ ଭଣ୍ଡାରରେ ରକ୍ତ ସଂକଟ । କେବଳ ବି ପଜିଟିଭ୍ ରକ୍ତକୁ ଛାଡି ଦେଲେ ବାକି ସବୁ ଗ୍ରୁପର ରକ୍ତ ନଥିବା କହିଲେ ଚଳେ । କେଉଁ ଗ୍ରୁପର ୪ଟି ତ କେଉଁ ଗ୍ରୁପର ମାତ୍ର ୩ଟି ବ୍ଲଡ ରହିଛି । ତେଣୁ ରକ୍ତ ନପ୍ଧବ ଫେରୁଛନ୍ତି ରୋଗୀ ସମ୍ପର୍କୀୟ ।। ଭୀମସାରରେ ଦିନକୁ ୧୨୦-୧୩୦ ୟୁନିଟ୍ ରକ୍ତ ଦରକାର ପଡୁଛି । ହେଲେ ସେହି ଅନୁପାତରେ ରକ୍ତଦାନ ଶିବିର ହୋଇପାରୁନାହିଁ । ଫଳରେ ରକ୍ତ ଅଭାବ ଦେଖାଦେଉଛି । ତେଣୁ ଏକ୍ସଚେଂଜ ପ୍ରକ୍ରିୟାରେ ରକ୍ତ ଦିଆଯାଉଛି । ହେଲେ କିଛି ନିର୍ଦିଷ୍ଟ ରୋଗୀଙ୍କୁ ବିନା ଏକ୍ସଚେଂଜରେ ରକ୍ତ ଦେବାର ନିୟମ ଥିବାବେଳେ ରକ୍ତ ସଂକଟ ଦେଖିବାକୁ ମିଳିଛି । ତେବେ ୩ ଦିନ ଅପେକ୍ଷା କଲା ପରେ ଜଣେ ରୋଗୀଙ୍କୁ ରକ୍ତ ମିଳିଥିବା କହିଛନ୍ତି ରୋଗୀ ସମ୍ପର୍କୀୟ । ତେବେ ଭୀମସାରର ରକ୍ତ ସଂକଟ ଦୂର କରିବା ପାଇଁ ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ଥିବା କହିଛନ୍ତି ରକ୍ତ ଭଣ୍ଡାର ମୁଖ୍ୟ । ଲୋକେ ସ୍ୱଇଚ୍ଛାରେ ରକ୍ତଦାନ ଶିବିର କଲେ ଏହି ସଂକଟ ଦୂର ହୋଇପାରିବ । ସେପଟେ ରକ୍ତ ସଂକଟ ସମୟରେ ରକ୍ତ ଦଲାଲ ସକ୍ରିୟ ହେବାର ସମ୍ଭାବନା ଥିବାରୁ ପୁଲିସ ମଧ୍ୟ କଡା ନଜର ରଖିଥିବା ବୁର୍ଲା ଥାନା ଅଧିକାରୀ ଡିଏସପି କମଳ ପଣ୍ଡା କହିଛନ୍ତି ।