ଭାରତ-ଚୀନର ତିକ୍ତତା ଆଗକୁ ନେଇପାରେ ଯୁଦ୍ଧର ରୂପ । ଚିନ୍ତା ବଢାଇଲେ ଆମେରିକା ଇଣ୍ଟେଲିଜେନ୍ସ ରିପୋର୍ଟ

197

କନକ ବ୍ୟୁରୋ : ଭାରତ ଚୀନ୍ ମଧ୍ୟରେ ତିକ୍ତତା ଆହୁରି ବଢିବ । ଆଗକୁ ଏହି ତିକ୍ତତା ଯୁଦ୍ଧର ରୂପ ନେଇପାରେ । ଏକଥା ଆମେ କହୁନାହୁଁ । ଏପରି କିଛି ଆକଳନ କରିଛି ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର ଆନୁଆଲ୍ ରିପୋର୍ଟ ।

ୟୁଏସ୍ ଇଣ୍ଟେଲିଜେନ୍ସର ବାର୍ଷିକ ରିପୋର୍ଟ ଆଧାରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ସେନା ପାକିସ୍ତାନ ଏବଂ ଚୀନକୁ ଯବାବ ଦେବ । ସୀମାରେ ଭାରତ-ଚୀନ ମଧ୍ୟରେ ବଢୁଥିବା ତିକ୍ତତା ଆଗକୁ ଯାଇ ଯୁଦ୍ଧରେ ପରିଣତ ହୋଇପାରେ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ୨୦୨୦ରୁ ଉଭୟ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ । ଏଲଏସିରେ ଉଭୟ ପକ୍ଷରୁ ସେନା ମୁତୟନକୁ ବଢାଯାଉଛି । ଉଭୟ ଦେଶର ସେନାଙ୍କ ମଧ୍ୟରେ ବାରମ୍ବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ଆଉ ଏହି ସବୁକୁ ଦୃଷ୍ଟିରେ ରଖି ଆଗକୁ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ଆଶଂକା ଦେଖାଦେଇପାରେ ବୋଳି ଆକଳନ କରିଛି ଆମେରିକା ଇଣ୍ଟେଲିଜେନ୍ସ ।

ଅନ୍ୟପଟେ ପ୍ରକାଶ ପାଇଥିବା ଏହି ରିପୋର୍ଟକୁ ଚିନ୍ତାର ବିଷୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ । ଆମେରିକା ରାଷ୍ଟ୍ରପତି କହିଛନ୍ତି, ପାକିସ୍ତାନର ଇତିହାସ କୁହେ, ଭାରତ ବିପକ୍ଷରେ ପାକିସ୍ତାନ୍ ସବୁବେଳେ ଆତଙ୍କବାଦୀଙ୍କୁ ସମର୍ଥନ କରିଆସିଛି । ଅନେକ ଥର ଅସ୍ତ୍ରବିରତୀ ଉଲଂଘନ କରିଛି । ତେଣୁ ଅନୁମାନ କରାଯାଉଛି କି, ଆଗକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତୀୟ ସେନା ଠିକ୍ ସମୟରେ ଠିକଣା ଜବାବ ଦେବ ।