ଘଟଗାଁ ବାଲିଯୋଡି ଦୁର୍ଘଟଣା ମାମଲା । ଏନଏଚଏଆଇକୁ ଦାୟୀ କରି ଥାନାରେ ଏତଲା ଦେଲା ପରିବହନ ବିଭାଗ

657

କନକ ବ୍ୟୁରୋ: ଘଟଗାଁ ବାଲିଯୋଡି ଦୁର୍ଘଟଣା ମାମଲା । ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ଅବହେଳା ପାଇଁ ଏନଏଚଏଆଇ ବିରୋଧରେ ଥାନାରେ ଏତଲା ଦେଲା ପରିବହନ ବିଭାଗ । ଘଟଗାଁ ଥାନାରେ ପରିବହନ ବିଭାଗ ପକ୍ଷରୁ ଏତଲା ଦଆଯାଇଛି । ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଗତକାଲି ଟ୍ରାଭେଲର ଦୁର୍ଘଟଣାଗସ୍ତ ହୋଇଥିଲା । । ବାଲିଯୋଡି ନିକଟରେ ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛପଟୁ ଧକ୍କା ଦେବାରୁ ୮ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ତାରିଣୀ ଦର୍ଶନ ପାଇଁ ଗଂଜାମ ଜିଲ୍ଲା ଦିଗପହଣ୍ଡି ପୋଡାମାରିରୁ ଆସିଥିଲେ ୨୪ ଜଣ । ଘଟଗାଁ ତାରିଣୀ ମନ୍ଦିର ମାତ୍ର ୩ କିଲୋମିଟର ଥିବାବେଳେ, ବାଲିଯୋଡି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଘଟିଥିଲା ଏହି ମୁର୍ମଦୁନ୍ତ ଦୁର୍ଘଟଣା । ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ଅବହେଳା ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ପରିବହନ ବିଭାଗ ପକ୍ଷରୁ ଏତଲା ଦିଆଯାଇଛି ।