ରାଇମୋହନଙ୍କ ଦେହାନ୍ତରେ ଭାଙ୍ଗିପଡିଛନ୍ତି ଗୌରାଙ୍ଗ । ରାଇମୋହନଙ୍କ ଡାଏଲଗ୍ ତାଙ୍କୁ ଦେଇଥିଲା ପରିଚୟ

160

କନକ ବ୍ୟୁରୋ : ଓଡିଆ ସିନେମା ଜଗତର ଖଳନାୟକ ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଯେମିତି ଏକ ରହସ୍ୟ ପାଲଟିଯାଇଛି । କାରଣ ରାଇମୋହନଙ୍କ ମୃତ୍ୟୁକୁ ୩୬ ଘଂଟା ପୁରିଥିଲେ ବି କାରଣ ଜଣାପଡୁନି । ତେବେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ଯେମିତି ଓଲିଉଡ ଜଗତରେ ଦେଖାଦେଇଛି ଖଳନାୟକ ସଙ୍କଟ । ହେଲେ ଏଭଳି ସ୍ଥିତିରେ ଆଉ ଜଣେ ରାଇମୋହନଙ୍କୁ ନେଇ ଢେର ଚର୍ଚ୍ଚା । ଆମେ କହୁଛୁ ଡୁପ୍ଲିକେଟ ରାଇମୋହନ ଯାଜପୁର ଜିଲା ବିଂଝାରପୁର ବ୍ଲକର ଗୌରାଙ୍ଗ ବାରିକ କଥା । ରାଇମୋହନଙ୍କ ଭଳି ଅବିକଳ ଡାଇଲଗ କହୁଥିବା ବେଳେ ତାଙ୍କ ଭଳି ହେୟାର ଷ୍ଟାଇଲ ମଧ୍ୟ କରଛନ୍ତି ଗୌରାଙ୍ଗ । ପିଲାଟିବେଳୁ ସେ ରାଇମୋହନଙ୍କ ଅଭିନୟ ଦେଖି ସେ ପ୍ରଭାବିତ ହୋଇଥିଲେ । ରାଇମୋହନଙ୍କୁ ନିଜର ଆଦର୍ଶ ବୋଲି ମାନନ୍ତି ଗୌରାଙ୍ଗ । ଆଉ ରାଇମୋହନ ପରିଡାଙ୍କ ଦେହାନ୍ତ ଖବର ପାଇବା ପରେ ଭାଙ୍ଗିପଡିଛନ୍ତି ଗୌରାଙ୍ଗ ।

ଗୌରାଙ୍ଗ କହିଛନ୍ତି, ମୁଁ କେବେ ଭାବିନଥିଲି ଦାଦା ଏତେ ଶୀଘ୍ର ଛାଡି ଚାଲିଯିବେ । ସେ ବରଗଛ ଥିଲେ ଆମେ ହେଉଛି ଦୂବ ଗଛ, ତାଙ୍କର ଡାଏଲଗ୍ ସିନା ମାରିଦେଉଛି କିନ୍ତୁ ତାଙ୍କଭଳି ଆମେ କେବେ ହୋଇପାରିବୁ ନାହିଁ । ପ୍ରଥମେ ୟୁଟୁବରୁ ମୋ ଭିଡିଓ ଦେଖି ରାଇମୋହନ ମତେ ଫୋନ କରିଥିଲେ । ମୁଁ ପ୍ରଥମେ ବିଶ୍ୱାସ କରିପାରିଲିନି । ଭାବିଲି ମୋ ସାଙ୍ଗମାନେ ମୋ ସହ ମଜାକ୍ କରୁଛନ୍ତି । କିନ୍ତୁ ପରେ ଜାଣିଲା ପରେ ମୁଁ ବହୁତ ଖୁସି ହୋଇଯାଇଥିଲି । ପରେ ମୁଁ ତାଙ୍କ ସହିତ ଭେଟିଥିଲି । ଆଉ ଏବେ ତାଙ୍କର ଦେହାନ୍ତ ଖବର ମତେ ବହୁତ କଷ୍ଟ ଦେଇଛି