ତିହାର ଜେଲରେ ଗ୍ୟାଙ୍ଗୱାର । ଗ୍ରୀଲ କାଟି ସେଲ ଭିତରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆଙ୍କୁ ରଡରେ ପିଟିପିଟି ହତ୍ୟା

565

କନକ ବ୍ୟୁରୋ : ମଙ୍ଗଳବାର ସକାଳୁ ତିହାଡ ଜେଲରେ ଆତଙ୍କ ଖେଳିଯାଇଥିଲା ଯେତେବେଳେ ଜାଣିବାକୁ ମିଳିଥିଲା ଜେଲ ଭିତରେ ହୋଇଛି ବଡ ଧରଣର ଗ୍ୟାଙ୍ଗୱାର । କେବଳ ଗ୍ୟାଙ୍ଗୱାର ହୋଇନି ବଂର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ହତ୍ୟା ମଧ୍ୟ କରାଯାଇଛି । ଇଏ ହେଉଛି ଟିଲୁ ତାଜପୁରିଆ । ୨୦୨୧ ମସିହାରୁ ହତ୍ୟା ମାମଲାରେ ହେବ ତିହାଡ ଜେଲରେ ବନ୍ଦ ରହିଥିଲା । ମଙ୍ଗଳବାର ରାତିରେ ଜେଲରେ ରହୁଥିବା ଜିତେନ୍ଦ୍ର ଗୋଗୀ ଗ୍ୟାଙ୍ଗର ୪ଜଣ ସଦସ୍ୟ ଟିଲୁକୁ ଲୁହା ରଡ଼ରେ ପିଟିପିଟି ହତ୍ୟା କରିଛନ୍ତି ।

ଏହି ୪ଅପରାଧୀ ଜେଲର ପ୍ରଥମ ମହଲାର ଗ୍ରୀଲ ରଡକୁ କାଟିବା ପରେ ଟିଲୁ ରହୁଥିବା ମହଲାରେ ପହଁଚିଥିଲେ । ସମସ୍ତଙ୍କ ଆଖିରେ ଧୁଳି ଦେଇ, ଚାଦର ଘୋଡ଼ାଇ ଟିଲୁ ନିକଟକୁ ଯାଇଥିଲେ । ଏଠାରେ ପହଁଚିବାପରେ ଟିଲକୁ ୪୦ଥର ଲୁହା ରଡରେ ଆକ୍ରମଣ କରିଥିଲେ ଅପରାଧୀ ।

୨୦୨୧ ମସିହାରରୁ ଟିଲୁ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟ ଜିତେନ୍ଦ୍ର ଯୋଗୀଙ୍କୁ କୋର୍ଟ ପରିସରରେ ହତ୍ୟା କରିଥିଲେ । ସେବେଠୁ ଟିଲୁର ଜୀବନପ୍ରତି ବିପଦଥିବା ନେଇ ବାରମ୍ବାର ଧମକ ମିଳୁଥିଲା । ଶେଷରେ ପ୍ରତିଶୋଧ ନେବାକୁ ଯାଇ ଗୋଗୀ ଗ୍ୟାଙ୍ଗ ଜେଲ ଭିତରେ ଟିଲୁକ ହତ୍ୟା କରିଛି ।