ସୀମା ଟପିଲା ବର୍ବରତା: ଭୁବନେଶ୍ୱର ଗାନ୍ଧି କଲେଜ ଛାତ୍ରବାସ ଅନ୍ତେବାସୀଙ୍କୁ ନିସ୍ତୁକ ମାଡ; ବାଡି ଧରି ଗୋରୁଗାଈ ପରି ନିର୍ଧୁମ ପିଟିଲେ ୱାର୍ଡେନ
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
କନକ ବ୍ୟୁରୋ: ଭୁବନେଶ୍ୱରସ୍ଥିତ ଗାନ୍ଧି +୨ ଓ +୩ କଲେଜରେ ସବୁସୀମା ଟପି ଯାଇଛନ୍ତି ହଷ୍ଟେଲ ୱାର୍ଡେନ । ଯାହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଛାତ୍ରାବାସରେ ରହୁଥିବା ୨ ଅନ୍ତେବାସୀଙ୍କୁ ନିସ୍ତୁକ ମାଡ ମାରୁଛନ୍ତି ହଷ୍ଟେଲର ୱାଡେନ । ବାଡି ଧରି ଗୋରୁଗାଈ ପରି ପିଟୁଛନ୍ତି ୱାର୍ଡେନ୍ । ସୋସିଆଲ ମିଡିଆରେ ଏହି ଭିଜୁଆଲ ଭାଇରାଲ ହେବା ପରେ ସବୁ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପିଲାମାନଙ୍କୁ ହଷ୍ଟେଲରେ ରଖି ପାଠପଢ଼ାଉଥିବା ଅବିଭାବକମାନଙ୍କୁ ଏଭଳି ଖବର ବିଶେଷ ଭାବେ ବିଚଳିତ କରିବ । ଗତ ୧୧ତାରିଖ ଦିନ ଏହି ଘଟଣା ଘଟିଥିଲା ବୋଲି କୁହାଯାଉଛି । ଏହାକୁ ସ୍ୱୀକାର କରିଛନ୍ତି କଲେଜ ଅଧ୍ୟକ୍ଷ ଏବଂ ଦୁଇ ଛାତ୍ରଙ୍କ ପରିବାର ସହ ୱାର୍ଡେନଙ୍କର ସମ୍ପର୍କ ଥିବାରୁ ସେ ଏଭଳି କରିଥାଇପାରନ୍ତି ବୋଲି ସଫେଇ ଦେଇଛନ୍ତି । ତେବେ ୱାର୍ଡେନଙ୍କୁ ଆଇନଅନୁଯାୟୀ ପୋଲିସ ଯାହା ଦଣ୍ଡ ଦେବ ସେଥିରେ କଲେଜର କୌଣସି ଆପତି ନାହିଁ ବୋଲି ପ୍ରିନ୍ସିପାଲ କହିଛନ୍ତି ।