ନନ୍ଦନକାନନକୁ ଆସିବ ଶ୍ରୀଲଙ୍କାରୁ ସିଂହ । ପ୍ରତିଷ୍ଠା ଦିବସରେ ଚିଡିଆଖାନା କର୍ତୃପକ୍ଷଙ୍କ ସୂଚନା :  ସିଂହ ବଂଶ ବୃଦ୍ଧି ପାଇଁ ନିଆଯାଉଛି ପଦକ୍ଷେପ

352

କନକ ବ୍ୟୁରୋ : ଶ୍ରୀଲଙ୍କାରୁ ନନ୍ଦନକାନନକୁ ଆସିବ ସିଂହ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ସୂଚନା ଦେଇଛନ୍ତି ଚିଡିଆଖାନା କର୍ତୃପକ୍ଷ । କହିଛନ୍ତି ନନ୍ଦନକାନନରେ ସିଂହ ସଂଖ୍ୟା ଅଧିକ ରହିଛି । ହେଲେ କୌଣସି କାରଣରୁ ପ୍ରଜନନ ହେଉ ନାହିଁ ।

ତେଣୁ ସିଂହ ବଂଶ ବଢାଇବାକୁ ଶ୍ରୀଲଙ୍କାରୁ ସିଂହ ଆଣିବାକୁ ଯୋଜନା ଚାଲିଥିବା ସେ ସୂଚନା ଦେଇଛନ୍ତି । ସେହିପରି ସିଙ୍ଗାପୁର ସହ କୁମ୍ଭୀର ଅଦଳବଦଳ ପାଇଁ ମଧ୍ୟ କଥା ଆଗେଇଥିବା ବେଳେ ନୂଆ ବର୍ଷରେ ଜିରାଫ ସହ ଅନେକ ଜୀବ ଆଣିବାକୁ ଯୋଜନା ରହିଥିବା କହିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ।