ଏଣିକି ମାଗଣାରେ କରାଯିବ ରୋଗୀଙ୍କ ରୋଗ ନିରୂପଣ ! ‘ଆମ କ୍ଲିନିକ’ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏଏନଏମଙ୍କୁ ଦିଆଯିବ ଅନମୋଲ ଟାବଲେଟ

37

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇବା ପାଇଁ ରାଜ୍ୟ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ରୋଗୀଙ୍କ ରୋଗ ନିରୂପଣ କରିବା ପାଇଁ ମାଗଣାରେ ଡାଏଲସିସ କରାଯିବ । ସଚିବାଳୟରୁ ‘ଆମ କ୍ଲିନିକ’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜାନୁଆରୀ ପହିଲାରୁ ନିଦାନ ଯୋଜନାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ରୋଗୀଙ୍କୁ ରୋଗ ନିରୂପଣ କରିବାର ସୁଯୋଗ ମିଳିବ ।

ଅତ୍ୟାଧୁନିକ ପାଥଲୋଜି ପରୀକ୍ଷା, ଡିଜିଟାଲ ଏଳ୍ସରେ, ସିଟି ସ୍କାନ ଓ ଏମଆରଆଇ ମଧ୍ୟ ମାଗଣାରେ କରାଯିବ । ମାର୍ଚ୍ଚ ସୁଧା ସମଗ୍ର ରାଜ୍ୟରେ ପିପିପି ମୋଡରେ ଏହି ସୁବିଧା ଉପଲବ୍ଧ ହେବ । ପିପିପି ମୋଡରେ ୨୫ଟି ଜିଲ୍ଲାରେ ୧୨୭ଟି ଡାଏଲସିସ ମେସିନ ଲଗାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଏହି ସୁବିଧା ମିଳିବ ।