ନିିଜକୁ ବିଏମସି ମାର୍କେଟିଂ ମ୍ୟାନେଜର କହି ଠକୁଥିଲା ଠକ: କ୍ୟାମେରା ଆଗରେ ପୁଅ ଜନ୍ମଦିନ କଥା କହି କାନ୍ଦିଲା ବିକାଶ

90

କନକ ବ୍ୟୁରୋ: କ୍ୟାମେରା ଆଗରେ କାନ୍ଦି ପକାଉଥିବା ଏହି ବ୍ୟକ୍ତି ଅସଲରେ ଜଣେ ମସ୍ତବଡ଼ ଠକ । ନାଁ ବିକାଶ ସ୍ୱାଇଁ । ନିିଜକୁ ବିଏମସିର ମାର୍କେଟିଂ ମ୍ୟାନେଜର ଭାବେ ପରିଚୟ ଦେଇ ଲୋକଙ୍କ ଠାରୁ ଟଙ୍କା ଲୁଟିବା ଏହି ଠକର ବେଉସା । ଦୋକାନ କରାଇଦେବାକ ୁ କହି ଭୁବନେଶ୍ୱର ସହିଦନଗର ଅଚଂଳର ଜଣେ ଦମ୍ଫତିଙ୍କ ଠାରୁ ଦେଢଲକ୍ଷ ଟଙ୍କା ଲୁଟି ନେଇଥିଲା ବିକାଶ ।

ଠକ ବିକାଶ ଦୋକାନ ନାଁରେ ନକଲି ଆଲଟମେଂଟ ପେପର ମଧ୍ୟ ଦେଇଥିଲା ଏହି ଦମ୍ପତିଙ୍କୁ । ବିକାଶ ଦେଇଥିବା ଏହେଉଛି ସେହି ନକଲି କାଗଜପତ୍ର । ବିକାଶ ଦେଇଥିବା ଟଙ୍କାର ରସିଦ ଓ ଫାଇନାଲ ଆଲଟମେଟଂ କପିକୁ ନେଇ ଯେତେବେଳେ ବିଏମସିକୁ ଗଲେ, ସେତେବେଳେ ଜାଣିବାକୁ ପାଇଲେ ଯେ ଠକାମୀର ଶୀକାର ହୋଇଛନ୍ତି । ଠକାମୀର ଶିକାର ହୋଇଥିବା ଅଶୋକ ସାହୁଙ୍କ ଅଭିଯୋଗ ପରେ ସହିଦନଗର ପୋଲିସ ବିକାଶ କୁ ଗିରଫ କରିଛି । କେବଳ ଏହି ଗୋଟିଏ ମାମଲା ନା ବିକାଶଙ୍କ ଜାଲରେ ଆଉ କିଏ ଠକାମୀର ଶିକାର ହୋଇଛନ୍ତି ତା ଉପରେ ତଦନ୍ତ କରୁଛି ପୋଲିସ ।