ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜମି ଓ ଘରର ସ୍ୱପ୍ନ ଦେଖାଇ କୋଟି କୋଟିର ଲୁଟ୍ । ଲୋକଙ୍କୁ ସ୍ୱପ୍ନ ଦେଖାଇ ଲୁଟ୍ କରୁଛନ୍ତି ବିଲଡର । ଆଉ ଟଂକା ଦେଇ ବି ବର୍ଷ ବର୍ଷ ଧରି ଲୋକେ ପାଉନାହାଁନ୍ତି ସେମାନଙ୍କ ସ୍ୱପ୍ନର ଘର ।
Kanak News is now on WhatsApp
Join and get latest news updates delivered to you via WhatsApp
ଟଙ୍କା ଦେଇ ଫସି ଯାଇଥିବା ଏମିତି ଜଣେ ଗ୍ରାହକ ହେଉଛନ୍ତି ହେଲେ ରାଜ୍ୟର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସଙ୍କ କୋଚ୍ ରାଜେନ୍ଦ୍ର ସାହୁ । ପଦ୍ମିନୀ ରାଉତ ,କିରଣ ମନିଷା ମହାନ୍ତିଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳୀଙ୍କୁ ତିଆରି କରିଛନ୍ତି ସେ । ହେଲେ ଠକ ବିଲଡରଙ୍କ ସତରଂଜୀ ଚାଲ୍ ତାଙ୍କୁ ହରାଇ ଦେଇଛି । ଜମି ପାଇଁ ଷ୍ଟାର୍ କନସଲଟାନ୍ସି ନାମକ ଏହି ସଂସ୍ଥା ତାଙ୍କ ଠାରୁ ୫ ଲକ୍ଷ ଟଙ୍କା ନେଇ ଛୁ ମାରିଛି ।
ଠକ ଜମି ଦଲାଲ୍ ଓ ବେଇମାନ୍ ବିଲଡରଙ୍କ ଉପରେ ଏବେ ଚଢାଉ ଜାରି ରହିଛି । ଅନେକ ନାମିିଦାମୀ ବିଲଡରþ ଗିରଫ୍ ହୋଇଛନ୍ତି । ହେଲେ ହଜାର ହଜାର ଲୋକଙ୍କ କୋଟି କୋଟି ଟଙ୍କା ଲୁଟ୍ ହୋଇଯାଇଛି । ସେପଟେ ହାଇଟେକ୍ ଗ୍ରୁପର ମୁଖ୍ୟ କହିଛନ୍ତି , ଗ୍ରାହକମାନେ ଟଙ୍କା ଦେବା ଅଧାରୁ ବନ୍ଦ କରି ଦେଇଥିବାରୁ ପ୍ରୋଜେକ୍ଟ କାମ ଶେଷ ହୋଇ ପାରୁନି ।