ମେଘାଳୟରେ ମଜବୁତ ହେଲା ବିଜେପି, ବିଭିନ୍ନ ଦଳରୁ ଆସି ବିଜେପିରେ ଯୋଗଦେଲେ ୪ ବିଧାୟକ

160

କନକ ବ୍ୟୁରୋ : ମେଘାଳୟରେ ଆସନ୍ତାବର୍ଷ ବିଧାନସଭା ନର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେପି ସେଠାରେ ନିଜର ସଂଗଠନ ମଜବୁତ କରିବାରେ ଲାଗିଛି । ଏହି କ୍ରମରେ ଆଜି ବିଭିନ୍ନ ଦଳରୁ ୪ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଟିଏମସିର ବିଧାୟକ ହିମାଳୟ ସ୍ମଲିୟାକ ରହିଛନ୍ତି । ଏହାସହ ଏନପିପିର ବିଧାୟକ ବେଣ୍ଡିକ୍ଟ ମରାକା ଓ ଫେରଲିନ୍ ସାଂଗମା ରହିଛନ୍ତି । ଏହାସହ ସ୍ୱାଧୀନ ବିଧାୟକ ସମୁଇଲ ସାଂଗମା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେତେବେଳେ ମିଶନ ମେଘାଳୟ ଆରମ୍ଭ କରିବାକୁ ଯାଉଛନ୍ତି ଠିକ୍ ସେତିକି ବେଳେ ଦଳର ଜଣେ ବିଧାୟକ ଦଳଛାଡି ବିଜେପିରେ ଯୋଗଦେବା ମମତାଙ୍କୁ ବଡ ଝଟକା ଲାଗିଛି । ମଙ୍ଗଳବାର ଦିନ ମମତା ବାନାର୍ଜୀ ମେଘାଳୟରେ ନିର୍ବାଚନ ବିଗୁଲ ବଜାିବା ସହ ମହିଳା ସଶକ୍ତିକରଣ, ଓ ରାଜ୍ୟର ସଂସ୍କୃତି ସଂରକ୍ଷଣ ନେଇ ଭୋଟ ମାଗିଥିଲେ । ହେଲେ ଆଜି ଦଳର ଜଣେ ବିଧାୟକ ଦଳ ଛାଡିଛନ୍ତି ।