ବିଜେପିକୁ ପାଣ୍ଡିଆନଙ୍କ କଟାକ୍ଷ: କହିଲେ, ଖବର ଥିଲା ବିଜେପି ଘୋଷଣା କରିଥାନ୍ତା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ହେଲେ ଘୋଷଣା ପୂର୍ବ ହୋଇଗଲେ ଝଗଡା

486

କନକ ବ୍ୟୁରୋ: ଆଜି ବିଜେପି ପ୍ରେସମିଟ କରି ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ସୂଚନା ଦେଇଥିଲେ ବିଜେଡି ନେତା । ହେଲେ ପ୍ରେସମିଟରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିନଥିଲା ବିଜେପି । ଯାହାକୁ ନେଇ ବିଜେପିକୁ ପୁଣି ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ସେ ଟାର୍ଗେଟ କରି କହିଛନ୍ତି, ପ୍ରେସମିଟ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଝଗଡା ହୋଇଗଲେ ଆଉ ପ୍ରାର୍ଥୀ ଘୋଷଣା କରିପାରିଲେନି ।

ଆମେ ଏବେ ଜାଣିବାକୁ ପାଇଲୁ ବିଜେପିର ଟାଣୁଆ ନେତା ପ୍ରେସ କନଫରେନ୍ସ କରିବେ । ଆଜି ସେମାନେ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବେ ବୋଲି ଖବର ପାଇଥିଲୁ । ଜଣେ ମହିଳାଙ୍କୁ ପ୍ରାର୍ଥୀ କରୁଛନ୍ତି ବୋଲି ଜଣାପଡିଥିଲା । ୯ଟା ବେଳେ ଆରମ୍ଭ ହେବାର ଥିଲା ୧୦ଟା ବେଳେ ଆରମ୍ଭ ହେଲା, ଝଗଡା ହେଲା ୪/୫ ଜଣଙ୍କ ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରିଲାନି । ଦମ ଅଛି ତ ପୁରୁଷ ହେଉକି ମହିଳା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ । ଏତେ ବଡ ଜାତୀୟ ରାଜନୀତି ଦଳ ହେଲେ ୧୦ ବର୍ଷ ହେଲା ଗୋଟେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁ ନାହାନ୍ତି । ନବୀନ ପଟ୍ଟନାୟକ ଆଗରେ କାହାକୁ ଛିଡା କରିବାକୁ ସାହାସ ନାହିଁ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରି ପାଣ୍ଡିଆନ୍ କହିଥିଲେ, ଆମ ମୁଖ୍ୟମନ୍ତ୍ରୀଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଛନ୍ତି । ଆମ ମୁଖ୍ୟମନ୍ତ୍ରୀଙ୍କୁ ଯିଏ ଏମିତି କହୁଛନ୍ତି ତାଙ୍କୁ ଆମେ ୨୫ ତାରିଖରେ ଉଚିତ ଜବାବ ଦେବା । ହିନ୍ଦୋଳ ମାଟିରୁ ମୁଁ କହି ରଖୁଛି ଏମାନେ ବହୁତ ଖରାପ ଅବସ୍ଥାରେ ହାରିବେ ଆପଣଙ୍କ ଆଶୀର୍ବାଦରୁ । ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ରହି ଏ ଅଞ୍ଚଳରେ ବୁଲିଲେ କହିଲେ ସବୁ କରିଦେବି ହେଲେ କିଛି କରିପାରିଲେନି । ଗୋଟେ ରାସ୍ତା କରିପାରିଲେନି । ସେ ଚାହିଁଥିଲେ ଗୋଟେ ମିନିଟରେ ସବୁ କରିପାରିଥାନ୍ତେ, ହେଲେ ତାଙ୍କର ଆନ୍ତରିକତା ନାହିଁ ସେବା ମନୋଭାବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଚୌକି ଦେଖି କାମ କରିବା ଲୋକ କେବେ ବି ଲୋକଙ୍କ ସେବା କରିପାରିବେ ନାହିଁ ।