ସୁପ୍ରିମକୋର୍ଟରେ ହାଜର ହେଲେ ଡିଜିପି । ଆଇନଜୀବୀ ପ୍ରସଙ୍ଗରେ କୋର୍ଟଙ୍କ ଭତ୍ସନା ।

111

କନକ ବ୍ୟୁରୋ: ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ହାଜର ହେଲେ ଡିଜିପି । ଭିଡିଓ କନଫରେନସିଂ ଜରିଆରେ ହାଜର ହୋଇ ପକ୍ଷ ରଖିଲେ ଡିଜିପି ଓ ଉତ୍ତାରଞ୍ଚଳ ଆଇଜି । ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଛି । କଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେନେଇ ଡିଜିପି ଅବଗତ କରାଇଛନ୍ତି । ସେପଟେ ପୋଲିସର ବିଫଳତାକୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଡିଜିପି କହିଛନ୍ତି ଘଟଣା ଦିନ ୩ଟି ମାମଲା ରୁଜୁ ହୋଇଥିଲା । କୋର୍ଟ କିନ୍ତୁ କହିଛନ୍ତି ତ୍ରିସ୍ତରୀୟ ସୁରକ୍ଷା ଏବଂ ୧୫ ପ୍ଲାଟୁନ ଫୋର୍ସ ଯଥେଷ୍ଟ ନଥିଲା । ଯଦି ନିୟନ୍ତ୍ରଣ କରିପାରୁନାହଁ ତେବେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ । କୋର୍ଟ କାର୍ଯ୍ୟ କେମିତି ଚାଲିଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।