ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦରକାର ନାହିଁ । ନିଃସର୍ତ୍ତରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । 

630

କନକ ବ୍ୟୁରୋ : କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ମତ ରଖିଲେ ସୁପ୍ରିମକୋର୍ଟ । ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ । ଏକାଧିକ ବେଞ୍ଚ ସ୍ଥାପନର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କହିଲେ ମନଇଚ୍ଛା କୋର୍ଟ ସ୍ଥାନାନ୍ତର ଦାବି କଲେ ଏହା ହୋଇପାରିବନି । ବୈଷୟିକ ଜ୍ଞାନକୌଶଳର ବହୁଳ ପ୍ରସାର ଘଟିଛି । ନିଃସର୍ତ୍ତରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଓଡ଼ିଶା ହାଇକୋର୍ଟ ଏହା ଉପରେ ନଜର ରଖିଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ଏହାଛଡା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତାବକୁ ମଧ୍ୟ ଖାରଜ କଲେ ସୁପ୍ରିମକୋର୍ଟ । ଯେଉଁ ଅଳ୍ପ କିଛି ଆଶା ଥିଲା ଆଇନଜୀବୀଙ୍କ ଆଚରଣ ଯୋଗୁଁ ମଉଳିଗଲା ବୋଲି କହିଛନ୍ତି ସୁପ୍ରିମକୋର୍ଟ ।