ବନ୍ଦ ଘରେ ପଡିଛି ୪ ମୃତଦେହ : ଅଭିଯୁକ୍ତ ଦାଦା ଶିବ ବାଗକୁ ଅଟକ ରଖିଲା ପୋଲିସ

226

କନକ ବ୍ୟୁରୋ : ବରଗଡରେ ଗୋଟିଏ ପରିବାରକୁ ବିଭତ୍ସ ହତ୍ୟା । ଭଟଲି ଥାନା ଅନ୍ତର୍ଗତ ଝିକିଝିକି ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ବନ୍ଦ ଘର ଭିତରୁ ବାପା, ମାଆ ସହ ପୁଅ ଓ ଝିଅଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି ।

ନିଜ ଭାଇ, ଭାଉଜ, ପୁତୁରା ଓ ଝିଆରୀଙ୍କୁ ଲୁହା ରଡରେ ପିଟିପିଟି ହତ୍ୟା କରିଛି ସମ୍ପର୍କୀୟ କାକା । ଅଭିଯୁକ୍ତ କାକାକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ମୃତକମାନେ ହେଲେ ଝିକିଝିକି ଗାଁର ଗୁରୁଦେବ ବାଗ, ତାଙ୍କ ସ୍ତ୍ରୀ ଶିବାଶ୍ରୀ, ପୁଅ ଛିଟାମଣି ଏବଂ ଝିଅ ଶିବାନୀ ।