ଶ୍ରୀଲଙ୍କାର ପୂର୍ବ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ଦେଶ ଛାଡିବାକୁ ବାରଣ କଲା କୋର୍ଟ । ସାନ ଭାଇଙ୍କ ଉପରେ ବି କଟକଣା ଲାଗୁ

96

କନକ ବ୍ୟୁରୋ : ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ରାଷ୍ଟ୍ରପତି ଥିିବା ଗୋଟାବାୟା ରାଜପକ୍ଷେ ଦେଶଛାଡି ଯିବା ପରେ ଏବେ ରାଜପେକ୍ଷ ପରିବାର ଉପରେ କଠୋର ହୋଇଛି ଶ୍ରୀଲଙ୍କା କୋର୍ଟ । କୋର୍ଟ ତରଫରୁ ଗୋଟାବାୟାଙ୍କ ସାନ ଭାଇ ତଥା ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କୁ ଦେଶଛାଡି ବିଦେଶ ଯିବା ଉପରେ କୋର୍ଟ ରୋକ୍ ଲଗାଇଛି । କେବଳ ମହିନ୍ଦ୍ରା ନୁହନ୍ତି ତାଙ୍କ ସାନଭାଇ ବାସିଲ ରାଜପକ୍ଷେଙ୍କ ଉପରେ ବି ସମାନ କଟକଣା ଲଗାଯାଇଛି । ବାସିଲ ରାଜପକ୍ଷେ ଦେଶଛାଡି ବିଦେଶ ପଳାଇଯିବାକୁ ବିମାନ ବନ୍ଦରରେ ପହଂଚିଥିବା ବେଳେ କିଛି ଲୋକ ତାଙ୍କୁ ଅଟକାଇ ଦେଇଥିଲେ ।

କହିରଖୁ କି ଦେଶରେ ଜାରି ରହିଥିବା ଆର୍ଥିକ ସଂକଟ କାରଣରୁ ଶ୍ରୀଲଙ୍କାର ଲକ୍ଷ ଲକ୍ଷ ନାଗରିକ ଏବେ ରାସ୍ତାରେ ପ୍ରଦର୍ଶନ କରିବା ସହ ରାଷ୍ଟ୍ରପତି ଭବନ ଦଖଲ କରିଛନ୍ତି । ଏହି ସମୟରେ ନିଜ ଜୀବନ ବଞ୍ଚାଇବାକୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶଛାଡି ପଳାଇ ଯାଇଛନ୍ତି । ସେ ଗତକାଲି ସିଂଗାପୁରରେ ଥାଇ ନିଜର ଇସ୍ତଫା ପତ୍ର ପଠାଇଥିବା କଥା ବାଚସ୍ପତି ମହିନ୍ଦ୍ରା ୟାପା ଅଭୟବର୍ଦ୍ଧନ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସେପଟେ ଦେଶର ପରବତ୍ତୀ ରାଷ୍ଟ୍ରପତି କିଏ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଥିବା ରାନିଲ ବ୍ରିକମାସିଂଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ଚୟନ କରାଯାଇଛି । ସେ ଆଜି ବିଧିବଦ୍ଧ ଭାବେ ଶପଥ ନେଇଛନ୍ତି ।