ବନ କର୍ମଚାରୀଙ୍କୁ ମିଳିଲା ବଳ: ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ

1,057

କନକ ବ୍ୟୁରୋ: ଏଣିିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ ବନ କର୍ମଚାରୀ । ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଫରେଷ୍ଟ ଗାର୍ଡଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟନ୍ତ ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ପ୍ରଶ୍ନ ଉଠୁଛି, ସରକାର ତ ଅନୁମତି ଦେଲେ, କିନ୍ତୁ ସେମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ତାଲିମ ଠିକ ସମୟରେ ଦିଆଯିବ ତ ।

ରାଜ୍ୟ ସରକାରଙ୍କ ଚିଠି ଯେଉଁଥିରେ ଆତ୍ମରକ୍ଷା ପାଇଁ ବନ କର୍ମଚାରୀଙ୍କୁ ଗୁଳି ଚଳାଇବା ପାଇଁ ମିଳିଛି ଅନୁମତି । ନିକଟରେ ଶିମିଳିପାଳରେ ଦୁର୍ବୃତଙ୍କ ଆକ୍ରମଣରେ ବନ ଅଧିକାରୀ ପ୍ରାଣ ହରାଇଥିଲେ । ଏହାପରେ ବନ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ପରେ ସମସ୍ତ ଦିଗକୁ ବିଚାର କରି ଓ ବନ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଫରେଷ୍ଟ ଗାର୍ଡଠାରୁ ଉପରିସ୍ଥ ଅଧିକାରୀ ପର୍ଯ୍ୟଶିନ୍ତ ଏଣିକି ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ । ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ । ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ।

ଆତ୍ମରକ୍ଷା ପାଇଁ ମିଳିବ କି ଅସ୍ତ୍ରଶସ୍ତ୍ର?
ଆନ୍ଦୋଳନ ପ୍ରତ୍ୟାହାର କରିବେ ବନ କର୍ମଚାରୀ ?
ରାଜ୍ୟର ବିଭିନ୍ନ ଜଙ୍ଗଲରେ ମାତିଛନ୍ତି ଶିକାରୀ । ବିଶେଷକରି ଶିମିଳିପାଳରେ ଗତ ମାସରେ ବନପାଳ ମାଥି ହାଁସଦା ଓ ବନରକ୍ଷୀ ବିମଳ ଜେନା ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ । ତେଣୁ ସୁରକ୍ଷା ସହ ୫ ଦଫା ଦାବିରେ ଅଣଗେଜେଟେଡ୍ ବନସେବା ସଂଘର କର୍ମକତା ଏବେ ଆନ୍ଦୋଳନ ଚଳାଇଛନ୍ତି । ଆଉ ଜଙ୍ଗଲ ଜଗିଛି ପୁଲିସ । ବନ କର୍ମଚାରୀ ଦାବି ପୂରଣ ପାଇଁ ସରକାରଙ୍କୁ ଜୁଲାଇ ୮ ତାରିଖ ଡେଡଲାଇନ ଦେଇଛନ୍ତି । ସଂଘର ଅନେକ ଦାବିରୁ ଗୋଟିଏ ଦାବି ପୂରଣ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବି ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ ବୋଲି ଚରମବାଣୀ ଶୁଣାଇଛି ସଂଘ ।

ଏଠାରେ ବଡ ପ୍ରଶ୍ନ ଉଠୁଛି
-ଗୁଳି ଚଳାଇବାର ଅନୁମତି ଦେଲେ କିନ୍ତୁ ଆବଶ୍ୟକ ପରିମାଣର ଗୁଳି ଓ ବନ୍ଧୁକ ଦେବେ କି?
-ଜଙ୍ଗଲ ଜଗିବା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ଦିଆଯବ କି?
-ବନ କର୍ମଚାରୀଙ୍କୁ ତାଲିମ ଦିଆଯିବ କି?