ସରଳ ଉପାୟ ଆପଣାଇଲେ ୧୫ଟଙ୍କାରେ ମିଳିପାରିବ ଗୋଟିଏ ଲିଟର ପେଟ୍ରୋଲ । ଗୁରୁମନ୍ତ୍ର ଦେଇ ଇଥାନଲ ଓ ବିଦ୍ୟୁତ ଚାଳିତ ଗାଡି ବ୍ୟବହାର ଉପରେ ଗୁରୁତ୍ୱ ଦେଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

522

କନକ ବ୍ୟୁରୋ : ସାଧାରଣ ଲୋକଙ୍କୁ ଘାଇଲା କରୁଛି ମହଙ୍ଗାମାଡ଼ । ପେଟ୍ରୋଲ ଲିଟରପିଛା ଶହେରୁ ଅଧିକ ଟଙ୍କା ଦେଇ କିଣିବା ଜନତାଙ୍କ ପକେଟକୁ ଭାରି ପଡୁଛି । ଏବେ କେମିତି ଏଥିରୁ ତ୍ରାହୀ ମିଳିବ ତାର ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନମନ୍ତ୍ରୀ ନୀତିନ ଗଡକରୀ । ସରଳ ଉପାୟ ଆପଣାଇଲେ ଲିଟର ପେଟ୍ରୋଲ ୧୫ଟଙ୍କାରେ ମିଳିପାରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଇଥାନଲ ଓ ବିଦ୍ୟୁତ ଶକ୍ତିର ବ୍ୟବହାର କରାଗଲେ ତାହା ପେଟ୍ରୋଲର ବିକଳ୍ପ ଭାବେ କାମ କରିବ । ଫଳରେ ପେଟ୍ରୋଲ ଆମାଦାନୀ ଉପରେ ନିର୍ଭର କରିବାକୁ ପଡିବନି ଓ ପେଟ୍ରୋଲର ଦର କମ ହେବ ବୋଲି ଗଡକରୀ କହିଥିଲେ । ଆଗାମି ଦିନରେ କୃଷକ କେବଳ ଦେଶର ଅନ୍ନଦାତା ନୁହେଁ ଶକ୍ତିଦାତା ହେବେ । ପ୍ରତାପଗଡ ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଅଗଷ୍ଟମାସରେ ଟୟୋଟଗାଡି ଲଂଚ ହେବ ଓ ଏହା ଚାଷୀଙ୍କ ଦ୍ୱାରା ନିର୍ମିତ ଇଥୋନଲରେ ପରିଚାଳିତ ହେବ । ଏହି କ୍ରମରେ ଯଦି ୪୦ପ୍ରତିଶତ ଗାଡି ବିଜୁଳିରେ ଓ ୫୫ ପ୍ରତିଶତ ଗାଡି ଇଥୋନଲରେ ଚାଲିବ ତେବେ ଦେଶରେ ଗୋଟିଏ ଲିଟର ପେଟ୍ରୋଲ କେବଳ ୧୫ଟଙ୍କାରେ ମିଳିପାରେ । ଭବିଷ୍ୟତରେ ୧୬ଲକ୍ଷ କୋଠି ଟଙ୍କାର ପେଟ୍ରୋଲ ଆମାଦାନୀ ରୋକ ଯାଇପାରିବ ।